Below header

କ୍ଷୀର ନା ରସ? ଯାଜପୁରରେ ଧର୍ମଶାଳାରେ ନିମ୍ବ ଗଛରୁ ଝରୁଛି ଧଳା ରସ, ସମସ୍ତେ ଆଶ୍ଚର୍ଯ୍ୟ

ଧର୍ମଶାଳା ବ୍ଲକ ଅନ୍ତର୍ଗତ ଅଭୟପୁର ଗ୍ରାମ ପଞ୍ଚାୟତ ମଙ୍ଗରାଜପୁର ଗ୍ରାମରେ ଏକ ନିମ୍ବ ଗଛରୁ ଧଳା ରଙ୍ଗର ରସ ଝରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାକୁ ପ୍ରତ୍ୟକ୍ଷଦର୍ଶୀ କ୍ଷୀର ବୋଲି କହୁଥିବା ବେଳେ ବୈଜ୍ଞାନିକ ମତ ଦୃଷ୍ଟି କୋଣରୁ ଏହା ସ୍ଵାଭାବିକ ପ୍ରକ୍ରିୟା ବୋଲି କୁହାଯାଏ।

ଯାଜପୁର(କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଅଭୟପୁର ଗ୍ରାମ ପଞ୍ଚାୟତ ମଙ୍ଗରାଜପୁର ଗ୍ରାମରେ ଏକ ନିମ୍ବ ଗଛରୁ ଧଳା ରଙ୍ଗର ରସ ଝରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାକୁ ପ୍ରତ୍ୟକ୍ଷଦର୍ଶୀ କ୍ଷୀର ବୋଲି କହୁଥିବା ବେଳେ ବୈଜ୍ଞାନିକ ମତ ଦୃଷ୍ଟି କୋଣରୁ ଏହା ସ୍ଵାଭାବିକ ପ୍ରକ୍ରିୟା ବୋଲି କୁହାଯାଏ।

ସୂଚନା ଯୋଗ୍ୟ ଯେ, ନିମ୍ବ ଗଛରୁ ମହାପ୍ରଭୁ ଜଗନ୍ନାଥଙ୍କ ବିଗ୍ରହ ନିର୍ମାଣ ହୁଏ । ବିଭିନ୍ନ ସମୟରେ ଏହି ନିମ୍ବ ଗଛରେ ଅଲୌକିକ ଘଟଣା ମାନ ଘଟି ଥାଏ । ସୂଚନା ମୁତାବକ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଅଭୟପୁର ଗ୍ରାମ ପଞ୍ଚାୟତ ମଙ୍ଗରାଜପୁର ଗ୍ରାମର ଜିତେନ୍ କୁମାର ବେହେରାଙ୍କ ବାଡ଼ିରେ ଦୀର୍ଘ ଦଶବର୍ଷ ହେବ ଏକ ନିମ୍ବଗଛ ରହିଛି । ସେ ତାଙ୍କ ଧର୍ମପତ୍ନୀ ଗୀତାଞ୍ଜଳି ବେହେରାଙ୍କୁ ନିମ୍ବ ଗଛର ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ। ଗଛ ବଡ଼ ହେବାପରେ ଆଜକୁ ୮ ଦିନ ତଳେ ଜିତେନ୍ ଙ୍କ ମା ଶଶୀ ବେହେରା ବାଡ଼ିରେ କାମ କରୁଥିବା ସମୟରେ ହଠାତ୍‌ ଦେଖିବାକୁ ପାଇଲେ ନିମ୍ବଗଛଟିରୁ କ୍ଷୀର ବାହାରୁଛି ।

ସଙ୍ଗେ ସଙ୍ଗେ ପରିବାର ଓ ପଡୋଶୀଙ୍କୁ ଜଣାଇବାରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ଗଛଟିରୁ ହଟାତ କାହିଁକି ଏ ପରି କିଛି ବାହାରିଲା ତାହା କେହି କିଛି ଜାଣିପାରୁନଥାନ୍ତି । ନିମ୍ବଗଛରୁ କ୍ଷୀର ବାହାରିବା ନେଇ ଅଞ୍ଚଳରେ ନାନାଦି ପ୍ରକାର କଥା ଶୁଣିବାକୁ ମିଳୁଛି। କିଏ କହୁଛି ଗଛରୁ କ୍ଷୀର ବାହାରୁଛି ତ କିଏ କହୁଛି ଠାକୁର ବାହାରିବାର ଆଶଙ୍କା। ଗଛକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳୁଥିବା ବେଳେ ଏହି ଦୃଶ୍ୟକୁ ଦେଖିବାକୁ ଗହଳି ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.