ଲେଦର ସିଟ୍‌ କଭର କିଣିବାକୁ ଚିନ୍ତା କରୁଛନ୍ତି କି ? ଧ୍ୟାନ ରଖନ୍ତୁ ଏଥିରୁ ବି ପହଞ୍ଚିଥାଏ କ୍ଷତି

ଲେଦର ସିଟ୍‌ କଭର ଲକ୍ଜରୀ ଫିଲ ଦେଇଥାଏ । ଯେତେବେଳେ କି ଭେଲବେଟ ସିଟ୍‌ କଭର ଆରାମଦାୟକ ହୋଇଥାଏ । କିନ୍ତୁ ଯଦି ଆପଣ ଲେଦର ସିଟ୍‌ କଭର କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଏହାର କିଛି କ୍ଷତି ବିଷୟରେ ଜାଣି ରଖନ୍ତୁ ।

କାର ସିଟ୍‌ କଭର ଆପଣଙ୍କ କାରକୁ ଭିନ୍ନ ଲୁକ୍‌ ଦେଇଥାଏ । ଆପଣଙ୍କ କାରର ସିଟକୁ ମଇଳା, ଦାଗ ଏବଂ ସ୍କ୍ରାଚରୁ ରକ୍ଷା କରିବାରେ ଏହା ସାହାଯ୍ୟ କରେ । କାରର ଇଣ୍ଟେରିୟରକୁ ଏହା ନୂଆ ଲୁକ ଦିଏ । କାର ସିଟ୍‌ କଭର ବିଭିନ୍ନ ପ୍ରକାରର ଥାଏ । ଯେପରିକି ଲେଦର, ଭେଲଭେଟ ଏବଂ କପଡ଼ାରେ ମିଳିଥାଏ । ସମସ୍ତ ସିଟ୍‌ କଭରର ଭିନ୍ନ ଲାଭ ଓ କ୍ଷତି ରହିଥାଏ । ଲେଦର ସିଟ୍‌ କଭର ଲକ୍ଜରୀ ଫିଲ ଦେଇଥାଏ । ଯେତେବେଳେ କି ଭେଲବେଟ ସିଟ୍‌ କଭର ଆରାମଦାୟକ ହୋଇଥାଏ । କିନ୍ତୁ ଯଦି ଆପଣ ଲେଦର ସିଟ୍‌ କଭର କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଏହାର କିଛି କ୍ଷତି ବିଷୟରେ ଜାଣି ରଖନ୍ତୁ ।

ଲେଦର ସିଟ୍‌ କଭର ସାଧାରଣତଃ ଅନ୍ୟ ସିଟ୍‌ କଭର ତୁଳନାରେ ଅଧିକ ମୂଲ୍ୟ ଥାଏ । ଅର୍ଥାତ ଲେଦର ସିଟ୍‌ କଭର ଲଗାଇଲେ ଆପଣଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ । ଲେଦର ସିଟ୍‌ କଭରକୁ ସଫା ରଖିବା କଷ୍ଟ ହୋଇଥାଏ । ଏହାକୁ ରେଗୁଲାର ଭାବେ ଡ୍ରାଇକ୍ଲିନର ଆବଶ୍ୟକ ପଡ଼ିଥାଏ, ଯାହା ସାଧାରଣ ପାଣିରେ ଧୋଇବା ତୁଳନାରେ ଅଧିକ ମହଙ୍ଗା ହୋଇଥାଏ ।

ଲେଦର ସିଟ୍ କଭର ଗରମ ଦିନରେ ଅତ୍ୟଧିକ ଗରମ ହୋଇପାରେ, ଯାହା ଦ୍ୱାରା ଆପଣଙ୍କୁ କାରରେ ଅତ୍ୟଧିକ ଗରମ ଲାଗିପାରେ । ଏହା ଅଧିକ ଗରମ ହୋଇଯିବାରୁ ଆପଣଙ୍କ ଅଣ୍ଟା ଏବଂ ଗୋଡ଼ରେ ଝାଳ ଆସିବାର ସମ୍ଭାବନା ରହିଥାଏ । ସାଧାରଣତଃ ଲେଦର ସିଟ୍‌ କଭର ଅନ୍ୟ ସିଟ୍‌ କଭର ଭଳି ଅଧିକ ଆରାମଦାୟକ ହୋଇନଥାଏ । ତେଣୁ କିଣିବା ସମୟରେ ଧ୍ୟାନ ରଖିବା ଉଚିତ୍‌ ।

ଲେଦର ସିଟ୍ କଭରଗୁଡିକର ମଧ୍ୟ କିଛି ଲାଭ ରହିଛି । ଯେପରିକି ଏହା କାର କେବିନର ଲକ୍ଜରୀ ଫିଲକୁ ବଢ଼ାଇଥାଏ । ଏହା ଶୀଘ୍ର ଖରାପ ହୋଇନଥାଏ । ଦୀର୍ଘଦିନ ପର୍ଯ୍ୟନ୍ତ ଏହାକୁ ବ୍ୟବହାର କରି ହୁଏ । ଯଦି ଆପଣଙ୍କ ବଜେଟ କମ ରହିଛି ଏବଂ ଆପଣ ସିଟ୍‌ କଭର ଯତ୍ନ ନେବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁ ନଥିବେ ତେବେ ଲେଦର ସିଟ୍‌ କଭର ଆପଣଙ୍କ ପାଇଁ ଭଲ ଅପ୍ସନ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.