ଜାଣନ୍ତୁ ଦୁନିଆର ସବୁଠାରୁ ପତଳା ସ୍ମାର୍ଟଫୋନ ଲିଷ୍ଟ, ଭଲ ଦାମ ସହ ରହିଛି ଦମଦାର ଫିଚର୍ସ

ଆଜି ଆମେ ଆପଣଙ୍କୁ ବଜାରରେ ମିଳୁଥିବା ସବୁଠାରୁ ପତଳା ସ୍ମାର୍ଟଫୋନ୍ ବିଷୟରେ ଜଣାଇବୁ । ଏହି ସ୍ମାର୍ଟଫୋନ୍ ଗୁଡିକ ହେଉଛି ୨୦୨୩ର ସବୁଠାରୁ ପତଳା ସ୍ମାର୍ଟଫୋନ୍ । ସାଇଜରେ ପତଳା ଆସିବା ସହିତ ଏହି ସ୍ମାର୍ଟଫୋନରେ ଅନେକ ଦମଦାର ଫିଚର ଲୋଡ୍ କରାଯାଇଛି ।

ସ୍ମାର୍ଟଫୋନ ମାମଲାରେ ଅନେକ ଲୋକ ବହୁତ ସିଲେକ୍ଟିଭ ହୋଇଥାନ୍ତି । ସେମାନଙ୍କୁ ଭଲ କ୍ୟାମେରା ସହ ଫୋନର ସାଇଜ୍‌ ଏବଂ ଫିଚର୍ସ ପସନ୍ଦର ଦରକାର ହୋଇଥାଏ । ତେବେ କିଛି ଲୋକ ପତଳା ସ୍ମାର୍ଟଫୋନ ଧରିବାକୁ ଅଧିକ ପସନ୍ଦ କରନ୍ତି । ତେଣୁ ଆଜି ଆମେ ଆପଣଙ୍କୁ ବଜାରରେ ମିଳୁଥିବା ସବୁଠାରୁ ପତଳା ସ୍ମାର୍ଟଫୋନ୍ ବିଷୟରେ ଜଣାଇବୁ । ଏହି ସ୍ମାର୍ଟଫୋନ୍ ଗୁଡିକ ହେଉଛି ୨୦୨୩ର ସବୁଠାରୁ ପତଳା ସ୍ମାର୍ଟଫୋନ୍ । ସାଇଜରେ ପତଳା ଆସିବା ସହିତ ଏହି ସ୍ମାର୍ଟଫୋନରେ ଅନେକ ଦମଦାର ଫିଚର ଲୋଡ୍ କରାଯାଇଛି । ଏହି ସ୍ମାର୍ଟଫୋନଗୁଡିକର ପୂରା ଲିଷ୍ଟ ଆଜି ଆମେ କହିବୁ ଏବଂ ଆପଣଙ୍କ ଚାହିଦା ଅନୁଯାୟୀ ଆପଣ ଏହି ସ୍ମାର୍ଟଫୋନ୍ ସିଲେକ୍ଟ କରିପାରିବେ ।

iQOO Z7 Pro: ଏହି ସ୍ମାର୍ଟଫୋନ ସାଇଜରେ ମାତ୍ର ୭.୩ ମିମି ଏବଂ ଓଜନ ମାତ୍ର ୧୭୫ ଗ୍ରାମ ରହିଛି । ଏହା ବ୍ୟତୀତ ଫୋନ୍ ମିଡିଆଟେକ୍ ଡାଇମେନସିଟି ୭୨୦୦ ଚିପସେଟ ଦ୍ୱାରା ଲ୍ୟାସ କରାଯାଇଛି । ଫଟୋ-ଭିଡିଓଗ୍ରାଫି ପାଇଁ ଡୁଆଲ୍ କ୍ୟାମେରା ସେଟଅପ୍ ମିଳିଥାଏ । ଯେଉଁଥିରେ ୬୪ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ଏବଂ ୨ ମେଗାପିକ୍ସେଲର ସେକେଣ୍ଡାରୀ କ୍ୟାମେରା ରହିଛି । ୪୬୦୦mAh ବ୍ୟାଟେରୀ ସହିତ ଆସୁଥିବା ଏହି ଫୋନ୍ ଆମାଜନରେ ୨୩,୯୯୯ ଟଙ୍କା ଡିସକାଉଣ୍ଟ ମୂଲ୍ୟରେ ମିଳୁଛି ।

vivo V29e: କ୍ୱାଲକମ୍‌ ସ୍ନାପଡ୍ରାଗନ ୬୯୫ ଚିପସେଟ ଦ୍ୱାରା ଲ୍ୟାସ ହୋଇଥିବା ଏହି ସ୍ମାର୍ଟଫୋନର ଥିକନେସ ୭.୫୭ ମିମି ରହିଛି ଏବଂ ଏହାର ଓଜନ ମାତ୍ର ୧୮୦.୫ ଗ୍ରାମ ରହିଛି । ଏଥିରେ ଆପଣଙ୍କୁ ଡୁଆଲ କ୍ୟାମେରା ସେଟଅପ୍‌ ମିଳିଥାଏ, ଯେଉଁଥିରେ ପ୍ରାଇମେରୀ କ୍ୟାମେରା ୬୪ ମେଗାପିକ୍ସେଲ ଏବଂ ସେକେଣ୍ଡାରୀ କ୍ୟାମେରା ୮ ମେଗାପିକ୍ସେଲ ରହିଛି । ୫୦୦୦ mAh ବ୍ୟାଟେରୀ ସହିତ ଆସୁଥିବା ଏହି ଫୋନ୍ ଫ୍ଲିପକାର୍ଟରେ ୨୬,୯୯୯ ଟଙ୍କାରେ ମିଳୁଛି ।

Xiaomi Redmi 12 5G: ଆପଣ Xiaomi ର ଏହି ଫୋନକୁ ଇ-କମର୍ସ ପ୍ଲାଟଫର୍ମ କ୍ରୋମାରେ ମାତ୍ର ୧୧,୯୯୯ ଟଙ୍କାରେ ପାଇପାରିବେ । ଏହି ଫୋନର ଥିକ୍‌ନେସ୍‌ ବିଷୟରେ କହିବାକୁ ଗଲେ ଏହି ଫୋନଟି ୮.୧ ମି.ମି. ଏବଂ ଏହାର ଓଜନ ୧୯୯ ଗ୍ରାମ ରହିଛି । ଡୁଆଲ୍ କ୍ୟାମେରା ସେଟଅପ୍ ସହିତ ଆସୁଥିବା ଏହି ଫୋନରେ ଆପଣ ୫୦ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ଏବଂ ୨ ମେଗାପିକ୍ସେଲର ସେକେଣ୍ଡାରୀ କ୍ୟାମେରା ପାଇପାରିବେ ।

realme C53: Realmeର ଏହି ଫୋନ୍ ମାତ୍ର ୭.୯ ମିମିର ରହିଛି ଏବଂ ଏହି ଫୋନର ଓଜନ ୧୮୬ ଗ୍ରାମ ରହିଛି । ଫୋନରେ ୧୦୮ MPର ସିଙ୍ଗଲ କ୍ୟାମେରା ଏବଂ ଫ୍ରଣ୍ଟରେ ୮ MPର କ୍ୟାମେରା ରହିଛି । ଏହି ଫୋନ ଇ-କମର୍ସ ପ୍ଲାଟଫର୍ମ କ୍ରୋମାରେ ୧୦,୯୯୯ ଟଙ୍କା ଏବଂ ଆମାଜନରେ ୧୪,୯୯୯ ଟଙ୍କାରେ ମିଳୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.