ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଗଲ୍ଫ ଖେଳିଲେ ଧୋନି, ଭିଡିଓ ଦେଖି ଫ୍ୟାନ୍ସ ତାଜୁବ

ଗଲ୍ଫ ଖେଳିଲେ ମହେନ୍ଦ୍ର ସିଂ ଧୋନି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଗଲ୍ଫ ଖେଳୁଥିବାର ନଜର ଆସିଛନ୍ତି । ଯାହାର ଭିଡିଓ ଭାଇରଲ ହେଉଛି ।

ଭାରତୀୟ କ୍ରିକେଟ ଟିମର ଷ୍ଟାର କ୍ରିକେଟର ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ପୁଣିଥରେ ଚର୍ଚ୍ଚାରେ । ଏବେ ଧୋନି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଗଲଫ ଖେଳୁଥିବାର ନଜର ଆସିଛନ୍ତି । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ଧୋନି ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ସହିତ ଧୋନି ନ୍ୟାସନାଲ ଗଲ୍ଫ କ୍ଲବ ବେଡମିନଷ୍ଟର୍ ଗଲ୍ଫ ଖେଳୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଫ୍ୟାନ୍ସ ଜବରଦସ୍ତ କମେଣ୍ଟ କରିବାରେ ଲାଗିଛନ୍ତି । କ୍ୟାପଟେନ କୁଲ୍ ଆଇପିଏଲ୍ ୨୦୨୩ ରେ ଆଇପିଏଲ ଜିତିବା ପରେ ମୁମ୍ବାଇରେ ଏକ ସର୍ଜରୀ କରାଇଥିଲେ । ତା’ ପରେ ୟୁଏସ୍ ଓପନ ମ୍ୟାଚ୍ ଦେଖିବାକୁ ଯାଇଥିଲେ । ତା’ ପର ଦିନ ଗଲ୍ଫ ଖେଳିବାକୁ ଯାଇଥିଲେ ଧୋନି ।

ଧୋନି ଏତେ ସୁନ୍ଦର ଗଲ୍ଫ ଖେଳୁଥିବା ଦେଖି ଫ୍ୟାନ୍ସ ତାଜୁବ ରହିଛନ୍ତି । ଆଉ ଫ୍ୟାନ୍ସ ଧୋନିଙ୍କ ପ୍ରଶଂସା କରିବାରେ ଲାଗିଛନ୍ତି ।

ଧୋନି ଟିମ୍ ଇଣ୍ଡିଆ ଲାଗି ୯୦ ଟେଷ୍ଟ ମ୍ୟାଚରେ ୪୮୭୬, ଦିନିକିଆରେ ୧୦୭୭୩, ୯୮ ଟି-୨୦ରେ ୧୬୧୭ ରନ୍ କରିଛନ୍ତି । ସେହିପରି ୨୫୦ ଆଇପିଏଲ୍ ମ୍ୟାଚରେ ୫୦୮୨ ରନ୍ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.