ଇଣ୍ଟରନେଟ୍‌ ବିନା ବି କରିପାରିବେ ପେମେଣ୍ଟ, NPCI ଭାରତରେ ଲଞ୍ଚ କଲା UPI Lite X ଏବଂ Hello UPI

ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ୨ଟି ନୂଆ UPI ବେସଡ୍‌ ସର୍ଭିସ ଲଞ୍ଚ କରିଛି । ଗୋଟିଏ UPI Lite X ହୋଇଥିବା ବେଳେ ଅନ୍ୟଟି ହେଉଛି Hello UPI । UPI ପେମେଣ୍ଟକୁ ଆହୁରି ସହଜ କରିବା ପାଇଁ ଉଭୟ ସର୍ଭିସ ଅଣାଯାଇଛି ।

ଗ୍ଲୋବାଲ୍ ଫିଣ୍ଟେକ୍ ଫେଷ୍ଟ (GFF) ୨୦୨୩ରେ NPCI ଅର୍ଥାତ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ୨ଟି ନୂଆ UPI ବେସଡ୍‌ ସର୍ଭିସ ଲଞ୍ଚ କରିଛି । ଗୋଟିଏ UPI Lite X ହୋଇଥିବା ବେଳେ ଅନ୍ୟଟି ହେଉଛି Hello UPI । UPI ପେମେଣ୍ଟକୁ ଆହୁରି ସହଜ କରିବା ପାଇଁ ଉଭୟ ସର୍ଭିସ ଅଣାଯାଇଛି । ଗତ ମାସରେ UPI ପେମେଣ୍ଟ ଏକ ନୂଆ ରେକର୍ଡ ସୃଷ୍ଟି କରିଥିଲା । ଅଗଷ୍ଟରେ UPI ଟ୍ରାନ୍‌ଜାକ୍ସନ ସଂଖ୍ୟା ୧୦ ବିଲିୟନ ପାର କରିଛି, ଯାହା ଦର୍ଶାଉଛି ଯେ ଏହି ସର୍ଭିସ ଭାରତରେ କିପରି ବଢ଼ୁଛି । GFFରେ NPCI UPI ୟୁଜରଙ୍କ ପାଇଁ ବିଲ୍ ପେ କନେକ୍ଟ ସୁବିଧା ମଧ୍ୟ ଆରମ୍ଭ କରିଛି ।

UPI Lite X କଣ ?
UPI Lite X ମାଧ୍ୟମରେ ୟୁଜରମାନେ ଇଣ୍ଟରନେଟ୍ ବିନା ମଧ୍ୟ ଟଙ୍କା କାରବାର କରିପାରିବେ ।ଏହି ସର୍ଭିସ ଯେକୌଣସି ବ୍ୟକ୍ତି ପାଇପାରିବେ କିନ୍ତୁ ଏହାକୁ ନେଇ ଏକ ସର୍ତ୍ତ ରହିଛି । ଆପଣଙ୍କ ଫୋନରେ ନିଅର ଫିଲ୍ଡ କୁମ୍ୟନିକେସନ ରହିବା ଉଚିତ । ଏହି ସର୍ଭିସଗୁଡିକ ସେହି ଲୋକମାନଙ୍କ ପାଇଁ ଲାଭଦାୟକ ହେବ ଯେଉଁଠାରେ ଇଣ୍ଟରନେଟ୍ କନେକ୍ଟିଭିଟି ଭଲ ନଥାଏ ।

Hello UPI କଣ ?
Hello UPI ଦ୍ୱାରା ୟୁଜରମାନେ ଭଏସ୍ କମାଣ୍ଡ ମାଧ୍ୟମରେ ଟଙ୍କା ପଠାଇ ପାରିବେ । ଏଥିପାଇଁ ଆପଣଙ୍କୁ କେବଳ ରିସିଭର ନାମ ନେଇ UPI PIN ଏଣ୍ଟର କରିବାକୁ ପଡିବ । କିନ୍ତୁ Hello UPI ସର୍ଭିସ କେବଳ ହିନ୍ଦୀ ଏବଂ ଇଂରାଜୀରେ ଉପଲବ୍ଧ । ଆଗାମୀ ସମୟରେ NPCI ଏଥିରେ ଅଧିକ ଭାଷା ଯୋଡ଼ିବ ଯାହା ଦ୍ୱାରା ସମସ୍ତେ ଏହାକୁ ବ୍ୟବହାର କରିପାରିବେ ।

 

BillPay କନେକ୍ଟ ସର୍ଭିସ କଣ ?

BillPay କନେକ୍ଟ ସମଗ୍ର ଭାରତରେ ବିଲ୍ ପେମେଣ୍ଟ ପାଇଁ ଏକ ଜାତୀୟକରଣ ନମ୍ବର ଆଣିଥାଏ । ୟୁଜରମାନଙ୍କୁ ବିଲ୍ ପେମେଣ୍ଟେ କରିବା ପାଇଁ ଏହି ନମ୍ବରକୁ କଲ୍ କିମ୍ବା ମେସେଜ୍ କରିବାକୁ ପଡିବ । ଏହା ପରେ ସେମାନଙ୍କୁ ଏକ ଭେରିଫିକେସନ କଲ୍‌ ଆସିବ । ପେମେଣ୍ଟ ଭେରିଫାଇ କରିବା ମାତ୍ରେ ବିଲ୍ ପେମେଣ୍ଟ ହୋଇଯିବ । ଏହା ବ୍ୟତୀତ BillPay କନେକ୍ଟ ଭଏସ୍ ସହାୟକ ବିଲ୍ ପେମେଣ୍ଟ ସର୍ଭିସ ମଧ୍ୟ ପ୍ରଦାନ କରିବ । ୟୁଜରମାନେ ସେମାନଙ୍କର ସ୍ମାର୍ଟ ହୋମ୍ ଡିଭାଇସରେ ଭଏସ୍ କମାଣ୍ଡ ମାଧ୍ୟମରେ ବିଲ୍ ଗ୍ରହଣ ଏବଂ ପେମେଣ୍ଟ କରିବାକୁ ସକ୍ଷମ ହେବେ ଏବଂ ତୁରନ୍ତ ସେମାନଙ୍କୁ ଭଏସ୍ କନଫର୍ମେସନ ମଧ୍ୟ ମିଳିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.