ଭୂକମ୍ପରେ ଦୋହଲିଲା ହିମାଚଳ ପ୍ରଦେଶ, ରିଚର ସ୍ଲେଲ୍‌ରେ ସାନ୍ଦ୍ରତା ଥିଲା ୪.୦

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶ ଚାମ୍ବା ଅଞ୍ଚଳରେ ଆଜି ଏକ ଭୂକମ୍ପ ଅନୁଭୁତ ହୋଇଯାଇଛି । ରିଚର୍‌ ସ୍କେଲ୍‌ରେ ଏହାର ସାନ୍ଦ୍ରତା ଥିଲା ୪.୦ । ଆଜି ଦିନ ୧୨ ଟା ୧୭ ମିନିଟ୍‌ରେ ଏହା ଅନୁଭୁତ ହୋଇଥିବା ବେଳେ ଭୂକମ୍ପରେ କୈାଣସି କ୍ଷୟକ୍ଷତି ହୋଇ ନଥିବା ଜଣାଯାଇଛି ।

ପୂର୍ବରୁ ଏପ୍ରିଲ ୬ ତାରିଖରେ ମଧ୍ୟ ଚାମ୍ବା ଅଞ୍ଚଳରେ ଏକ ଭୂକମ୍ପ ଅନୁଭୁତ ହୋଇଥିଲା । ଏହାର ସାନ୍ଦ୍ରତା ଥିଲା ୩.୧ । ସେହିପରି ଏପ୍ରିଲ ୧୨ ତାରିଖରେ ଦିଲ୍ଲୀ ଉତ୍ତର କେନ୍ଦ୍ରାଞ୍ଚଳରେ ମଧ୍ୟ ଏକ ଭୂକମ୍ପ ଅନୁଭୁତ ହୋଇଥିଲା । ଯାହାର ସାନ୍ଦ୍ରତା ୩.୫ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.