Below header

କୋଭିଡ ନିୟମ ଉଲଂଘନ ହେଲେ ରାଲି ଓ ସାଧାରଣ ସଭା ଉପରେ ଲାଗିବ ବ୍ୟାନ୍‌ : ନିର୍ବାଚନ କମିଶନ

ନିର୍ବାଚନୀ ରାଲିରେ କୋଭିଡ ନିୟମ ମାନ । ନଚେତ ପ୍ରତିବନ୍ଧକ ଲଗାଇବାକୁ ସଙ୍କୋଚ କରିବୁ ନାହିଁ । ବିଧାନସଭା ନିର୍ବାଚନୀ ରାଲିରେ କୋଭିଡ ନିୟମର ଖୁଲମଖୁଲା ଉଲଂଘନ ଦୃଶ୍ୟ ସାମ୍ନାକୁ ଆସିବା ପରେ ଜାତୀୟ ଓ ଆଞ୍ଚଳିକ ଦଳକୁ ଏଭଳି ଚରମବାଣୀ ଶୁଣାଇଛନ୍ତି ନିର୍ବାଚନ କମିଶନ । ନିର୍ବାଚନୀ ରାଲିରେ ଶିଥିଳତା ନେଇ ନିର୍ବାଚନ କମିଶନ କ୍ଷୁବ୍ଧ ।

ବିଶେଷକରି ରାଲିରେ ଦଳୀୟ କର୍ମୀ ମାନେ ସାମାଜିକ ଦୂରତା ରଖୁନାହାନ୍ତି କି ମାସ୍କ ପିନ୍ଧୁନଥିବାର ଚିତ୍ର ସାମନାକୁ ଆସୁଛି । ପଶ୍ଚିମବଙ୍ଗ ମତାଦାନ ପୂର୍ବରୁ ଇସିଙ୍କ ଏଭଳି ଚେତାବନୀ । କୋଭିଡ ନିୟମ ଉଲଂଘନ ହେଲେ ରାଲି ଓ ସାଧାରଣ ସଭା ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ନିର୍ବାଚନ କିମଶନ ସ୍ପଷ୍ଟ କରିଛନ୍ତି । କିଛି ଦିନ ହେଲା ଦେଶରେ କରୋନା ଲମ୍ବା ଲମ୍ଫ ମାରୁଛି । ନିର୍ବାଚନ ପକ୍ରିୟାରେ ମାସ୍କ, ସାନିଟାଇଜର ଓ ଥର୍ମାଲ ସ୍କ୍ରିନିଂକୁ ବାଧ୍ୟତାମୂଳକ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.