Below header

କଟକଣାରେ ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ଆରମ୍ଭ, ମୁଖ୍ୟ ମନ୍ଦିରରୁ ପଟୁଆରରେ ଅସ୍ଥାୟୀ ମଣ୍ଡପକୁ ଆସିଲେ ମା’

ବ୍ରହ୍ମପୁର: କୋଭିଡ଼ କଟକଣା ମଧ୍ୟରେ ଆରମ୍ଭ ହୋଇଛି ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା । ଗତକାଲି ବିଳମ୍ବିତ ରାତିରେ ମାଙ୍କ ମୁଖ୍ୟ ମନ୍ଦିରରୁ ପଟୁଆରରେ ଅଣାଯାଇ ଦେଶୀ ବେହେରା ସାହିସ୍ଥିତ ଅସ୍ଥାୟୀ ମଣ୍ଡପରେ ସ୍ଥାପନ କରାଯାଇଛି ।

ଜିଲ୍ଲା ପ୍ରଶାସନର କୋଭିଡ ଯୋଗୁଁ ଭକ୍ତଙ୍କ ଉପସ୍ଥିତିକୁ ବାରଣ କରାଯିବା ସହ ୧୪୪ ଧାରା ଲାଗୁ କରାଯାଇଥିଲା । କେବଳ ଯାତ୍ରା କମିଟିର କର୍ମକର୍ତ୍ତା ଓ ୨୫ ଜଣ ପୂଜକଙ୍କ ମଧ୍ୟରେ ମାଙ୍କୁ ଅସ୍ଥାୟୀ ମଣ୍ଡପକୁ ଅଣାଯାଇଥିଲା । ଅସ୍ଥାୟୀ ମଣ୍ଡପରେ ଭୋର ୬ଟାରୁ ଦିନ ୧୦ଟା ଓ ସଂଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ଲାଗି ପ୍ରଶାସନ ଅନୁମତି ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.