Below header

ଅଧା ଦାମରେ ନିଅନ୍ତୁ Amazon Prime Video ସବସ୍କ୍ରିପସନ, ଜାଣନ୍ତୁ କେମିତି

Amazon Prime Video ପ୍ଲାନ ନେଲେ ୫୦ ପ୍ରତିଶତ କ୍ଯାଶବ୍ଯାକ୍ ଦେଉଛି। ଏହି ଅଫର ବର୍ଷିକିଆ ଏବଂ ତିନି ମାସିଆ ପ୍ଲାନ ପାଇଁ ବୈଧତା ରହିବ। ଏହାଛଡା ପ୍ଲାନ ନେବାରେ ଆଉ ଏକ ସର୍ତ୍ତ ମଧ୍ୟ ରହିଛି। ଏହି ପ୍ଲାନ କେବଳ ଯୁବପିଢି ପାଇଁ। ଏହି ପ୍ଲାନକୁ ୧୮ ବର୍ଷରୁ ଅଧିକ ଏବଂ ୨୫ ବର୍ଷର ଯୁବପିଢି ନେଇପାରିବେ।

ଆମାଜନ ପ୍ରାଇମର ବର୍ଷିକିଆ ସବସ୍କ୍ରିପସନ ଚାର୍ଜ ୯୯୯ ଟଙ୍କା ରହିଛି। ଏହି ପ୍ଲାନ ନେଲେ ଆପଣଙ୍କୁ ୫୦୦ ଟଙ୍କାର କ୍ଯାଶବ୍ଯାକ୍ ମିଳିବ। ତିନି ମାସର ପ୍ଲାନର ଦାମ ୩୨୯ ଟଙ୍କା, ଯେଉଁଥିରେ ୧୬୫ ଟଙ୍କାର କ୍ଯାଶବ୍ଯାକ୍ ମିଳୁଛି।

୫୦ ପ୍ରତିଶତ କ୍ଯାଶବ୍ଯାକ୍ ନେବା ପାଇଁ ଆପଣଙ୍କୁ ପ୍ରଥମେ ସବସ୍କ୍ରିପସନର ସଂପୂର୍ଣ୍ଣ ପଇସା ଦେବାକୁ ହେବ। ଏହା ପରେ ଇମେଲ କିମ୍ବା ମେସେଜ ଆସିବ। ଏହା ଜରିଆରେ ଆପଣ ବୟସର ଭେରିଫିକେସନ କରିବାକୁ ହେବ। ଏଥିପାଇଁ କିଛି ଡକ୍ଯୁମେଣ୍ଟ ମଗାଯିବ ଏବଂ ତାହା ମାଧ୍ୟମରେ ଭେରିଫାଏ ହେବ।

Amazon-Prime

ଥରେ ଭେରିଫାଏ ହୋଇଗଲା ପରେ ଆପଣଙ୍କ ଆମାଜନ ଆକାଉଣ୍ଟକୁ ୫୦ ପ୍ରତିଶତ ପଇସା ଫେରିଆସିବ। ଆମାଜନ ପକ୍ଷରୁ ଏହି ପ୍ରକ୍ରିୟା ହେବାକୁ ୨୪ ଘଣ୍ଟା ସମୟ ଲାଗିବ। ଥରେ ଭେରିଫାଏ ହେବା ପରେ ବାରମ୍ବାର ଭେରିଫାଏ କରିବା ଦରକାର ନାହିଁ। ୨୫ ବର୍ଷରୁ ଅଧିକ ବୟସ ହୋଇଗଲେ ଆପଣ ଏହି ଅଫରର ଲାଭ ଉଠାଇପାରିବେ ନାହିଁ। ୫୦ ପ୍ରତିଶତ କ୍ଯାଶବ୍ଯାକ୍ ନେବା ପାଇଁ ଆମାଜନ ୩୦ ଦିନିଆ ଟ୍ରାଏ ଅଫର ଆପଣ ନେଇପାରିବେ।

ଆମାଜନ ପ୍ରାଇମ ମେମ୍ବରଙ୍କ ପାଇଁ କମ୍ପାନୀ ଫ୍ରି ଏବଂ ଦ୍ରୁତଗତିରେ ଡେଲିଭରୀ ସୁବିଧା ଦେଉଛି। ଏହାଛଡା ୟୁଜର୍ସ ଆମାଜନରେ ଉପଲବ୍ଧ ଜବରଦସ୍ତ ଡିଲ୍ସର ମଧ୍ୟ ଫାଇଦା ଉଠାଇପାରିବେ। ଆମାଜନ ପ୍ରାଇମ ୟୁଜର୍ସଙ୍କୁ ଆଡ ଫ୍ରି ମ୍ଯୁଜିକର ସୁବିଧା ମଧ୍ୟ ଯୋଗାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.