Below header

ବଲାଙ୍ଗିରରେ ଜଙ୍ଗଲ ଭିତରେ ଯୁବକଙ୍କୁ ନିସ୍ତୁକ ମାଡ଼ ଘଟଣା, ୬ ଅଭିଯୁକ୍ତ ଗିରଫ

ବଲାଙ୍ଗିର: ବଲାଙ୍ଗିରରେ ଜଙ୍ଗଲ ଭିତରେ ଯୁବକଙ୍କୁ ନିସ୍ତୁକ ମାଡ଼ ଘଟଣା, ୬ ଅଭିଯୁକ୍ତ ଗିରଫ। ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବଲାଙ୍ଗିର ଟାଉନ ଥାନା ପୋଲିସ୍ । ଅଭିଯୁକ୍ତ ମାନଙ୍କ ମଧ୍ୟରେ ତିନିଜଣ ନାବାଳକ ଥିବା ସୂଚନା । ଏ ନେଇ ସୂଚନା ଦେଲେ ବଲାଙ୍ଗିର ଟାଉନ ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକ ।

ସୂଚନା ଥାଉକି, ଗତ ଗୁରୁବାର କିଛି କଲେଜ ପିଲା ଓ କିଛି ଅଣଛାତ୍ର ଆଇନକୁ ହାତକୁ ନେଇ ଜଣେ ଯୁବକଙ୍କୁ ନିର୍ଧୂମ ମାଡ଼ ମାରିଥିଲେ। ଯାହାର  ଭିଡିଓ ଭାଇରାଲ ହୋଇଥିଲା । ଛାତ୍ରମାନେ ରାଜେନ୍ଦ୍ର ମହାବିଦ୍ୟାଳୟର ଯୁକ୍ତ ତିନି ଛାତ୍ର ବୋଲି ୟୁନିଫର୍ମରୁ ଜଣାପଡିଥିଲା। ଜଣେ ଯୁବକଙ୍କୁ ଜଙ୍ଗଲ ଭିତରେ ଘେରାବନ୍ଦୀ କରି ବାଡ଼ିରେ ପ୍ରହାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.