ଆଇପିଏଲ୍ ୧୪ର ଦ୍ୱିତୀୟ ମ୍ୟାଚ୍, ଆଜି ମଇଦାନରେ ମୁହାଁମୁହିଁ ହେବେ ଧୋନୀ ଓ ପନ୍ତ

ଆଇପିଏଲ୍ ୧୪ର ଦ୍ୱିତୀୟ ମ୍ୟାଚରେ ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପର ମଧ୍ୟରେ ମୁହାଁମୁହିଁ ହେବେ । ଏହି ମ୍ୟାଚ୍ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ଖେଳାଯିବ । ମ୍ୟାଚ୍ ରାତି ୭.୩୦ରେ ଆରମ୍ଭ ହେବ । ମହାରାଷ୍ଟ୍ରରେ ଏବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ୱାଙ୍ଖଡ଼େ ଷ୍ଟାଡିୟମର କିଛି ଗ୍ରାଉଣ୍ଡ୍ କର୍ମଚାରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି ।

କରୋନା ସଂକ୍ରମଣ ଭୟ ସତ୍ତ୍ୱେ ବିସିସିଆଇ ଓ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ (ସୁପର କିଙ୍ଗ୍ସ-କ୍ୟାପିଟାଲ୍ସ ମ୍ୟାଚ୍ ପାଇଁ ପ୍ରସ୍ତୁତି ଶେଷ କରିଛନ୍ତି । ଉଭୟ ଦଳ ମଧ୍ୟ ପ୍ରସ୍ତୁତି ପର୍ବ ଶେଷ କରିସାରିଛନ୍ତି । ମହେନ୍ଦ୍ର ସିଂହ ଧୋନିଙ୍କ ସୁପର କିଙ୍ଗ୍ସ ବିପକ୍ଷରେ କ୍ୟାପିଟାଲ୍ସର ଶ୍ରେୟସ ଆୟରଙ୍କ ସ୍ଥାନରେ ରିଷଭ ପନ୍ତ ସହ ହେବ।

ଦିଲ୍ଲୀ କ୍ୟାପିଟାଲ୍ସ: ପୃଥ୍ୱୀ ଶ’, ଶିଖର ଧାୱନ, ଷ୍ଟିଭେନ୍ ସ୍ମିଥ୍, ରିଷଭ ପନ୍ତ (ଅଧିନାୟକ), ମାର୍କସ ଷ୍ଟଇନିସ୍, ସିମରନ ହେତମେୟାର, କ୍ରିସ୍ ୱକ୍ସ, ରବିଚନ୍ଦ୍ରନ ଅଶ୍ୱିନ, ଉମେଶ ଯାଦବ, ଅମିତ ମିଶ୍ରା, ଈଶାନ୍ତ ଶର୍ମା ।

ଚେନ୍ନାଇ  ସୁପର କିଙ୍ଗ୍ସ: ଋତୁରାଜ ଗାଏକୱାଡ୍, ଫାଫ୍ ଡୁ’ପ୍ଲେସି/ମୋଇନ୍ ଅଲି, ସୁରେଶ ରାଇନା, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ରବିନ୍ଦ୍ର ଜାଡ଼େଜା, ସାମ୍ କୁରାନ, ଡ୍ୱେନ ବ୍ରାଭୋ, କ୍ରିଷ୍ଣପା ଗୋଥମ, ସର୍ଦୁଲ ଠାକୁର, ଦୀପକ ଚହର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.