ଭରପୂର ଭିଟାମିନ୍ ଚାହୁଁଥିଲେ ଆଜି ହିଁ ଖାଆନ୍ତୁ ପଣସ

ଏବେ ବାଡି, ବଜାର ସବୁଠି ପଣସ ଦେଖିବାକୁ ମିଳୁଛି। ଏହି ସିଜନରେ ଅଧିକ କଞ୍ଚା ପଣସ ମିଳିଥାଏ। ପଣସରେ ଅନେକ ଔଷଧୀୟ ଗୁଣ ଭରପୂର ମାତ୍ରାରେ ରହିଛି। ଅନେକ ପୌଷ୍ଟିକ ତତ୍ତ୍ୱରେ ଭରପୂର ରହିଥାଏ ଏହି ପଣସ। ପଣସର ଫାଇଦା ବିଷୟରେ ଜାଣିଲେ ଆପଣ ଆଜି କିଣି ଖାଇବେ। ପଣସ ଏକପ୍ରକାର ଫଳ ହେବା ସହିତ ଏହା ପରିବା ମଧ୍ୟ। ପଣସରେ ଭିଟାମିନ, କ୍ୟାଲସିୟମ ଏବଂ ଅନେକ ମହତ୍ତ୍ୱପୂର୍ଣ୍ଣ ଜିନିଷ ମିଳିଥାଏ। ଯାହା ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ତେବେ ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ।

ପଣସରେ ଆଣ୍ଟିଆକ୍ସିଡେଣ୍ଟ ସହିତ ଭିଟାମିନ୍ ସି ଭରପୂର ମାତ୍ରାରେ ରହିଥାଏ। ଯାହା ଆମର ଶରୀର ପାଇଁ ଏହି ପ୍ରୋଟିନ୍ ବହୁତ ଆବଶ୍ୟକ। ଏହା ଆମ ଇମ୍ୟୁନ ସିଷ୍ଟମକୁ ଉତ୍ତମ କରିବା ସହିତ ରୋଗ, ସଂକ୍ରମଣ ଏବଂ ଭାଇରସ ଠାରୁ ଲଢ଼ିବାରେ ସାହାଯ୍ୟ କରିଥାଏ।

panasଏହା ମାଗ୍ନେସିୟମ ଏବଂ କ୍ୟାଲସିୟମ ଭଳି ତତ୍ତ୍ୱରେ ଭରପୂର, ଯାହା ଆମ ହାଡ-ଗଣ୍ଠି ଏବଂ ମାସପେଶୀ ପାଇଁ ବହୁତ ଆବଶ୍ୟକ ଅଟେ। ଆପଣ ନିଜ ଖାଦ୍ୟରେ ପଣସକୁ ନିଶ୍ଚୟ ସାମିଲ କରନ୍ତୁ। କାହିଁକିନା ଏହା ଆପଣଙ୍କ ମାଂସପେଶୀକୁ ମଜବୁତ୍ କରିଥାଏ।

ଏଥିରେ ପୋଟାସିୟମର ମାତ୍ରା ଅଧିକ ରହିଥାଏ। ଯାହା ଆମ ଶରୀର ପାଇଁ ଏକ ଆବଶ୍ୟକ ଖଣିଜ ଅଟେ। ଏହି ବ୍ଲଡ ପ୍ରେସରକୁ କମ୍ କରିବାରେ ସାହାଯ୍ୟ କରିଥାଏ ଏବଂ ଆମ ହୃଦୟକୁ ଉତ୍ତମ କରିଥାଏ। ଏହା ହୃଦରୋଗୀଙ୍କ ପାଇଁ ମଧ୍ୟ ବହୁତ ଭଲ।

jackପଣସରେ ଫାଇବର ବହୁତ ମାତ୍ରାରେ ରହିଥାଏ ଏବଂ ଓଜନକୁ କମ୍ କରିବାରେ ସାହାଯ୍ୟ କରିଥାଏ। କମ୍ କ୍ୟାଲେରୀ ଥିବା କାରଣରୁ ଏହା ଆପଣଙ୍କ ଶରୀର ପାଇଁ ବହୁତ ଲାଭଦାୟକ। ପଣସରେ ଥିବା ଫାଇବର ଆପଣଙ୍କୁ ଅଧିକ ଭାରି ଭାରି ଅନୁଭବ କରାଇବ ଯାହା ଖାଇବାର ଇଚ୍ଛା ଶକ୍ତିକୁ କମ୍ କରିଥାଏ। ଯେଉଁଥିପାଇଁ ଏହା ଓଜନକୁ କମ୍ କରିବାରେ ବହୁତ ସାହାଯ୍ୟକାରୀ ହୋଇଥାଏ।

ଏଥିରେ ଭିଟାମିନ ଏ ଏବଂ ସି ର ମାତ୍ରା ଅଧିକ ଥିବା କାରଣର ଏହା ଆମ ଆଖି ପାଇଁ ବହୁତ ଫାଇଦାପୂର୍ଣ୍ଣ ହୋଇଥାଏ। ଏହାକୁ ଖାଇବା ଦ୍ୱାରଳ ଦୃଷ୍ଟି ଶକ୍ତିରେ ବି ସୁଧାର ଆସିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.