Below header

ଭାଷଣ ମାରୁଥିବା ଇମ୍ରାନ ସରକାରଙ୍କ ସଂସଦୀୟ କ୍ଷେତ୍ରର ସ୍କୁଲ ଗୁଡିକ ଫଳ ଶୂନ,  ଶିକ୍ଷକ ମାନଙ୍କ ଉପରେ ଲଗିଛି ଜରିମାନା

ପୁଣି ଥରେ ଚର୍ଚ୍ଚାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ଏଥର କୌଣସି ଆର୍ଥିକ ଦୁରବସ୍ଥା କି ଆତଙ୍କବାଦୀ ଆକ୍ରମଣ ପାଇଁ ନୁହେଁ । ଏଥର ଚର୍ଚ୍ଚାରେ ଅଛନ୍ତି ସରକାରୀ ସ୍କୁଲ ଗୁଡିକର ଖରାପ ଫଳାଫଳ ପାଇଁ । ପ୍ରଧାନ ମନ୍ତ୍ରୀଙ୍କ ନିଜ ସଂସଦୀୟ କ୍ଷେତ୍ରରୁ ହିଁ ଏଥର ପ୍ରାୟ ୧୦୦ ପ୍ରତିଶତ ପିଲା ଫେଲ ହୋଇଛନ୍ତି । ପାକିସ୍ତାନ ର ଏକ ଖବର କାଗଜ ‘ଡନ’ର ରିପୋର୍ଟ  ଅନୁଯାୟୀ ଇମ୍ରାନ ଖାଁଙ୍କ ନିଜ କ୍ଷେତ୍ର ଅଧୀନରେ ଆସୁଥିବା ବାଙ୍ଗି ସରକାରୀ ହାଇସ୍କୁଲର ୯ମ ଶ୍ରେଣୀର  ସମସ୍ତ ୬୨ ଛାତ୍ର ଫେଲ ହୋଇଯାଇଛନ୍ତି । ଅନ୍ୟପଟେ  ତୋଳା ମଙ୍ଗଳି ସରକାରୀ ହାଇ ସ୍କୁଲ ର ୭୬ ଛାତ୍ରଙ୍କ ଭିତରୁ ୭୧ ପିଲା ଫେଲ ହୋଇଥିବାବେଳେ  ତାବି ସରକାରୀ ହାଇ ସ୍କୁଲର ସମସ୍ତ ୮୩ ଛାତ୍ରଙ୍କ  ଭିତରୁ ୮୦ ଜଣ ଫେଲ ହୋଇଯାଇଛନ୍ତି । ସେଠାକାର  ଶିକ୍ଷା ବିଭାଗର କହିବା ଅନୁଯାୟୀ ଇମ୍ରାନଙ୍କ ନିଜ କ୍ଷେତ୍ର ଈଶାଖେଳର ସବୁଠୁ ଖରାପ ଫଳ ହୋଇଛି । ମିଆଁବାଲିର ମୁଖ୍ୟ ଶିକ୍ଷା ଅଧିକାରୀ ଡ. ବହିରୂଧିନ ଶାହା ଆସନ୍ତା ୨ ଦିନ ମଧ୍ୟରେ ସମସ୍ତ ସ୍କୁଲର ଫଳ ବାହାରିଲେ  ମୋଟାମୋଟି ଭାବେ କିଛି କହିହେବ ବୋଲି କହିଛନ୍ତି ।

ଆହୁରି ପଢନ୍ତୁ: ହିନ୍ଦୁ ମନ୍ଦିର ନେଇ ଦଶା ଭୋଗୁଛି ପାକିସ୍ତାନ, ଏବେ କରିବ ହସ୍ତାନ୍ତର

ସେଠାକାର ଇଂରାଜୀ ଶିକ୍ଷକ ସଂଗଠନ ର ମୁଖ୍ୟ ହବିବୁଲ୍ଲା ଖାଁଙ୍କ କହିବା ଅନୁଯାୟୀ ୯ମ ଶ୍ରେଣୀର ଫଳାଫଳ ଏତେ ଖରାପ ହେବ ପଛରେ ଅନେକ କାରଣକୁ ଦାୟୀ  ରହିଛି  । ତାଙ୍କ ଅନୁସାରେ  ସରକାରୀ ସ୍କୁଲ ଗୁଡିକରେ ନିୟମିତ ଭାବେ ପ୍ରଧାନ ଶିକ୍ଷକ ଅନୁପସ୍ଥିତ ରହୁଛନ୍ତି । ଏପରିକି କିଛି କିଛି ସ୍କୁଲ ରେ ବିଜ୍ଞାନ  ଶିକ୍ଷକ ନ ଥିବା କଥା କହିଛନ୍ତି । ସରକାରୀ ସ୍କୁଲ ଗୁଡିକରେ ସାଧାରଣତଃ ଗରିବ ଶ୍ରେଣୀର ପିଲା ମାନେ ପଢୁଥିବାରୁ ସେମାନଙ୍କ ଅଭିଭାବକ ମାନେ ନିଜ ପିଲାର ପଢା  ପ୍ରତି ସେତେଟା ଧ୍ୟାନ ଦେଇପାରିନଥାନ୍ତି । ପିଲା କଣ ପଢିଲା କଣ ନାହିଁ ସେସବୁ ବୁଝିବାକୁ ତାଙ୍କ ପାଖରେ  ସମୟ ହିଁ  ନଥ|ଏ ।  ୯ମ ଶ୍ରେଣୀର ଖରାପ ଫଳ ପାଇଁ  କିଛି ଦିନତଳେ  ଲାଗୁ ହୋଇଥିବା ନୂଆ  ନିୟମକୁ ମଧ୍ୟ ଦାୟୀ କରାଯାଇଛି । ନିକଟରେ ସେଠାରେ   ୮ମ ଶ୍ରେଣୀରୁଫେଲ ବ୍ୟବସ୍ଥାକୁ ସମ୍ପୂର୍ଣ ଉଠାଯାଇଥିଲା । ସେଠାକାର ପଞ୍ଜାବ ଶିକ୍ଷା ବ୍ୟବସ୍ଥାର କୋହଳ ନୀତି ଯୋଗୁଁ ଫଳ ଖରାପ  ହେଉଥିବା କହିଛନ୍ତି |ସୂଚନା ଅନୁଯାୟୀ, ଖରାପ ଫଳାଫଳ ପରେ ଶିକ୍ଷକ ମାନଙ୍କ ଉପରେ ଜୋରିମାନା ଲଗାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.