ଡିସିପି- ଡ୍ରୋନ-ଡ୍ରାଇଭିଂ, ଏଣିକି ବିନା ହେଲମେଟ ଓ ଦୃତ ଗାଡି ଚାଳକଙ୍କୁ ମିଳିବନି ନିସ୍ତାର

ଭୁବନେଶ୍ବର(କେନ୍ୟୁଜ୍): ସଚେତନ- ସାବଧାନ-ଆକ୍ସନ । କମିଶନରେଟ ପୋଲିସର ନୂଆ ଫଣ୍ଡା । ଦୃତ ଗତିରେ ଗାଡି ଚଳାଉଥିବା ଚାଳକଙ୍କୁ ଜଗିବ ଡ୍ରୋନ କ୍ୟାମେରା । ଟ୍ଵିନସିଟିରେ ଏହି ଯୋଜନା ଆରମ୍ଭ କରିବାକୁ ଯାଉଛି କମିଶନରେଟ ପୋଲିସ । ପ୍ରଥମେ ଲୋକଙ୍କୁ କରାଯିବ ସଚେତନ। ପରେ ବିଭିନ୍ନ ସ୍ଥାନରେ ଉଡିବ ଡ୍ରୋନ । ସ୍ପିଡ ବାଇକର ଓ ଜିକ୍ଜାକ ମୋସନରେ ଗାଡ଼ି ଚଲାଉ ଥିବା ଚାଳକଙ୍କ ଉପରେ ନଜର ରଖିବ ଡ୍ରୋନ । ଏମାନଙ୍କୁ ଧରିବା ପରେ ହେବ ଦୃଢ଼ କାଯ୍ୟର୍ାନୁଷ୍ଠାନ । ସେହିଭଳି ରବିନ୍ଦ୍ରମଣ୍ଡପ ଠାରୁ ବିମାନବନ୍ଦର ଛକ ଯାଏ ‘ନୋ ଓଭରଟେକିଂ ଜୋନ୍’ ଭାବେ ଘୋଷଣା କରାଯାଇଛି । ଏଠାରେ ଲେନ୍ ଡ୍ରାଇଭିଂକୁ ଗୁରୁତ୍ୱ ଦେଇଛି ପୋଲିସ
ସେପଟେ ସେପ୍ଟେମ୍ବର ପହିଲାରୁ ରାଜ୍ୟରେ ଆରମ୍ଭ ହେବ ନୂଆ ମୋଟର ଭେଇକିଲ ଆକ୍ଟ ୨୦୧୯ । ଏହା ଦ୍ୱାରା କଡାକଡି ହେବ ଟ୍ରାଫିକ୍ ନିୟମ । ଇ-ଚାଲାଣ ଜରିଆରେ ଆଦାୟ ହେବ ଜରିମାନା । ହେଲମେଟ ନ ପିନ୍ଧି ବାଇକ୍ ଚଳାଇଲେ କିମ୍ବା ସିଟ୍ ବେଲ୍ଟ ନ ବାନ୍ଧି କାର୍ ଚଲାଇଲେ ଗଣିବେ ଏକ ହଜାର ଟଙ୍କା । ଫୋନରେ କଥା ହୋଇ ଗାଡି ଚଳାଇଲେ ୫ହଜାର, ରଙ୍ଗ୍ ସାଇଡ୍ ଡ୍ରାଇଭିଂ ପାଇଁ ୫ହଜାର, ମଦ୍ୟପାନ କରି ଗାଡ଼ି ଚଳାଇଲେ ୧୦ହଜାର, ବିପଦପୂର୍ଣ୍ଣ ଭାବେ ଗାଡି ଚଳାଇଲେ ୫ହଜାର, ଟ୍ରାଫିକ୍ ସିଗ୍ନାଲ ଭାଙ୍ଗିଲେ ୫ହଜାର ଓ ବାଇକ୍ରେ ତିନିଜଣ ବସି ଯାଉଥିଲେ ୫ହଜାର ଟଙ୍କା ଜରିମାନା ଦେବେ । ନୂଆ ନିୟମ ଲାଗୁ ହେବା ପୂର୍ବରୁ ଏବେ ବିଭିନ୍ନ ଛକରେ ପୋଷ୍ଟର ମାରି ଲୋକଙ୍କୁ ସଚେତନ କରୁଛି ପୋଲିସ ।
ଆହୁରି ପଢନ୍ତୁ: ମହୁଫେଣା କରିବାକୁ ଏମିତି ଜାଗା ବାଛିଲେ ମହୁମାଛି, ଭାଇରାଲ ଭିଡିଓ ଦେଖିଲେ ଆପଣ ନିଜ ହସ ରୋକିପାରିବେନି
ରାଜ୍ୟରେ ବିପଯ୍ୟର୍ସ୍ତ ରହିଛି ଟ୍ରାଫିକ୍ ବ୍ୟବସ୍ଥା । ଏଥିପାଇଁ ବହୁ ସମୟରେ ଅକାଳରେ ଯାଉଛି ଶହଶହ ଜୀବନ । ନୂଆ ନିୟମ ଲୋକଙ୍କୁ କେତେ ସଜାଗ ଓ ସଚେତନ କରିବ, ତାହା ଉପରେ ସମସ୍ତଙ୍କ ନଜର ।