ଶମଶାବାଦ ଏୟାରପୋର୍ଟରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ, ବିମାନରେ ଥିଲେ ୧୩୭ ଜଣ ଯାତ୍ରୀ
ବେଙ୍ଗାଲୁରୁରୁ ବାରାଣସୀ ଯାଉଥିବା ଇଣ୍ଡିଗୋ ବିମାନରଜରୁରୀ ଅବତରଣ । ବୈଷୟିକ ତ୍ରୁଟି ଯୋଗୁଁ ବିମାନ ଅବତରଣ କରିଥିବା ସୂଚନା। ଏଥିରେ ୧୩୭ ଜଣ ଯାତ୍ରୀ ରହିଥିଲେ ।

ବେଙ୍ଗାଲୁରୁରୁ ବାରାଣସୀ ଯାଉଥିବା ଇଣ୍ଡିଗୋ ବିମାନରଜରୁରୀ ଅବତରଣ । ବୈଷୟିକ ତ୍ରୁଟି ଯୋଗୁଁ ତେଲେଙ୍ଗାନାର ଶମଶାବାଦ ଏୟାରପୋର୍ଟରେ ଜରୁରୀ ଅବତରଣ କରିଛି ବିମାନ । ଏହି ବିମାନରେ ୧୩୭ ଜଣ ଯାତ୍ରୀ ଥିଲେ । ତେବେ ଏହି ଯାତ୍ରୀମାନଙ୍କ ସୁବିଧା ପାଇଁ ଅନ୍ୟ ଏକ ବିମାନର ବ୍ୟବସ୍ଥା କରାଯାଇଛି ବୋଲି ଘୋଷଣା କରାଯାଇଛି ।
ଡିଜିସିଏ ଅନୁଯାୟୀ, ଇଣ୍ଡିଗୋ ବିମାନ ବେଙ୍ଗାଲୁରୁରୁ ବାରାଣସୀ ଅଭିମୁଖେ ଉଡାଣ ଭରିଥିଲା । ବିମାନଟି ଭୋର ୫ଟା ୧୦ ମିନିଟରେ ଉଡାଣ ଭରିଥିଲା । କିନ୍ତୁ ବୈଷୟିକ ତ୍ରଟି ଯୋଗୁଁ ଇଣ୍ଡିଗୋ ବିମାନ 6E897 ସକାଳ୬.୧୫ ରେ ଅବତରଣ କରାଯାଇଥିଲା । ଏହି ବିମାନରେ ଥିବା ୧୩୭ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନର ବ୍ୟବସ୍ଥା କରାଯାଇ ପଠାଯିବାର ଘୋଷଣା କରାଯାଇଛି ।
Varanasi-bound IndiGo Flight (6E897) from Bengaluru having 137 passengers onboard made an emergency landing, due to a technical problem, at Shamshabad Airport in Telangana at 6.15 am today morning. All passengers are safe: DGCA pic.twitter.com/pblZR2op5l
— ANI (@ANI) April 4, 2023
ସୂଚନାଯୋଗ୍ୟ, ଏପ୍ରିଲ ୧ ରେ ଦିଲ୍ଲୀରୁ ଦୁବାଇ ଅଭିମୁଖେ ଉଡାଣ ଭରିବା ପରେ ଏକ କାର୍ଗୋ ବିମାନର ଜରୁରୀକାଳୀନ ଅବତରଣ କରାଯାଇଥିଲା । ପକ୍ଷୀଟି ବିମାନ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ପକ୍ଷୀ ମୁହାଁମୁହିଁ ହେବା କାରଣରୁ ବିମାନର ୱିଣ୍ଡଶିଲ୍ଡରେ ଫାଟ ସୃଷ୍ଟି ହୋଇଥିଲା । ଏ ସମ୍ପର୍କରେ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ ଆଲର୍ଟ ଜାରି କରାଯାଇଥିଲା ଏବଂ ବିମାନଟି ସକାଳ ୧୦.୫୦ ରେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରାଯାଇଥିଲା ।