Below header

ଝାଡଖଣ୍ଡ ବେଲଭାଘାଟ ଜଙ୍ଗଲରେ ପୁଲିସର ଏନକାଉଣ୍ଟର : ୩ ନକ୍ସଲ ନିହତ , ଜଣେ ସିଆରପିଏଫ ଯବାନ ସହିଦ

ଝାଡଖଣ୍ଡ : ଝାଡଖଣ୍ଡ ବେଲଭାଘାଟ ଜଙ୍ଗଲରେ ପୁଲିସର ଏନକାଉଣ୍ଟର । ଏନକାଉଣ୍ଟରରେ ତିନିଜଣ ନକ୍ସଲ ନିହତ ହୋଇଥିବା ଜଣାଯାଇଛି। ତେବେ ଏହି ଏନକାଉଣ୍ଟରରେ ଜଣେ ସିଆରପିଏଫ ଯବାନ ମଧ୍ୟ ସହିଦ ହୋଇଛନ୍ତି । ଏନକାଉଣ୍ଟର ସମୟରେ ଘଟଣାସ୍ଥଳରୁ ଗୋଟିଏ ଏ କେ୪୭ ରାଇଫଲ, ୩ଟି ମାଗାଜିନ ଏବଂ ୪ଟି ବୋମା ସହିତ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ବେଲଭାଘାଟରେ ନକ୍ସଲମାନେ ଲୁଚି ରହିଥିବା ଖବର ପାଇବାପରେ ସିଆରପିଏଫ ୭ମ ବାଟାଲିୟନ ପକ୍ଷରୁ ସେଠାରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ସେହି ସମୟରେ ଯବାନ ମାନଙ୍କୁ ଦେଖି ନକ୍ସଲମାନେ ପ୍ରଥମେ ଗୁଳିଚାଳନା କରିଥିଲେ । ଏହାପରେ ଯବାନମାନେ ପ୍ରତିଉତ୍ତର ଦେଇ ଗୁଳିଚାଳନା କରିଥିଲେ। ଏଥିରେ ଭୟଭୀତ ହୋଇ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.