୩୫ବର୍ଷ ହେଲା ରୋଜଗାରର କିଛି ଅଂଶ ଗୁରୁ ଦକ୍ଷିଣା ଦେଉଛନ୍ତି ଅନୁପମ ଖେର, ଜାଣନ୍ତୁ କାହାକୁ

ମୁମ୍ବାଇ : ବଲିଉଡ଼ର ଜଣେ ଜଣାଶୁଣା ଅଭିନେତା ଅନୁପମ ଖେର ୬୫ ବର୍ଷ ର ହେବାକୁ ବସିଲେନି। ୭ମାର୍ଚ୍ଚ ୧୯୫୫ ମସିହାରେ ଶିମଲାରେ ଜନ୍ମ ନେଇଥିବା ଅନୁପମ ଜଣେ ଅଭିନେତା ହିସାବରେ ୧୯୮୪ ରେ ଦର୍ଶକଙ୍କ ସାମ୍ନାକୁ ଆସିଲେ। ମହେଶ ଭଟଙ୍କ ଫିଲ୍ମ ସାରାଂଶ ରୁ ତାଙ୍କର କ୍ୟାରିଅର ଆରମ୍ଭ ହୋଇଥିଲା। ଏହି ଫିଲ୍ମ ରେ ୨୮ ବର୍ଷୀୟ ଅନୁପମଙ୍କୁ ଏକ ବୃଦ୍ଧଙ୍କ ଭୂମିକାରେ ଦେଖିବାକୁ ମିଳିଥିଲା। ଏହି ରୋଲ ତାଙ୍କର ସବୁଠାରୁ ବଡ଼ ଆଇକନିକ ରୋଲ ଥିଲା।ସେବେଠାରୁ ମହେଶ ଏବଂ ଅନୁପମ ବହୁତ ଭଲ ସାଙ୍ଗ ବନିଗଲେ।
ସେହି ସମୟରୁ ଆରମ୍ଭ ହୋଇଥିବା ପରମ୍ପରା ଆଜିବି କାୟମ ରହିଛି । ଯେବେ ବି ଅନୁପମ ଖେର କୌଣସି ନୂଆ ପ୍ରୋଜେକ୍ଟ ରେ ସାଇନ କରୁଛନ୍ତି ପ୍ରଥମେ ମହେଶ ଙ୍କୁ ଜଣାଉଛନ୍ତି।ତା ସହ ପ୍ରତ୍ୟେକ ଫିଲ୍ମରୁ ମିଳୁଥିବା ଟଙ୍କାରୁ କିଛି ମହେଶ ଙ୍କୁ ଗୁରୁଦକ୍ଷିଣା ହିସାବରେ ଦେଇ ଆସୁଛନ୍ତି। ପାଖାପାଖି ୩୬ ବର୍ଷ ହେଲା ଅନୁପମ ଏହି ଗୁରୁଦକ୍ଷିଣା ପରମ୍ପରା କୁ ବଜାୟ ରଖିଛନ୍ତି।