ବିଜେଡି ନେତା ପ୍ରଫୁଲ୍ଲ ଘଡାଇଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ବର: ପ୍ରଫୁଲ୍ଲ ଘଡେଇଙ୍କୁ ନୂଆ ଦାୟିତ୍ୱ। ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ପ୍ରଫୁଲ୍ଲ ଘଡେଇଙ୍କୁ ନିଯୁକ୍ତି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଫୁଲ୍ଲଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି। ଖୋର୍ଦ୍ଧା,ରଣପୁର ଚିଲିକା ଆସନର ପର୍ଯ୍ୟବେକ୍ଷକ ମଧ୍ୟ ନିଯୁକ୍ତ ହୋଇଛନ୍ତି। ରବିନାରାୟଣ ନନ୍ଦ ହିନ୍ଦୋଳର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ସମ୍ବଲପୁର ବିଧାନସଭା ଆସନ ପାଇଁ ୨ ସହପର୍ଯ୍ୟବେକ୍ଷକ ନିରଞ୍ଜନ ପୂଜାରୀ ଓ ଅର୍କେଶ ସିଂହଦେଓଙ୍କୁ ଦାୟିତ୍ୱ ଦିଆଯାଇଛି। ସୁଶାନ୍ତ ସିଂହ କୁଚିଣ୍ଡା ବିଧାନସଭା ଆସନ ପର‌୍ୟ୍ୟବେକ୍ଷକ, ସିଦ୍ଧେଶ୍ୱରୀ ମିଶ୍ର ଭୁବନେଶ୍ୱର ଉତ୍ତର ସହପର୍ଯ୍ୟବେକ୍ଷକ, ଯୁଗଳ ନାୟକ କଟକ ଲୋକସଭା ସହପର୍ଯ୍ୟବେକ୍ଷକ, ସିପ୍ରା ମଲ୍ଲିକ ଓ ପ୍ରକାଶ ଦାସ ସାଧାରଣ ସମ୍ପାଦକ ଓ ମନୋଜ ନାୟକଙ୍କୁ କେନ୍ଦ୍ରାପଡ଼ା ବିଧାନସଭାର ସହପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.