ପାକିସ୍ତାନ ସେନାର ଅଭିଯୋଗ, ଭାଜପା ବିଧାୟକ ନକଲ କରିଛନ୍ତି ତାଙ୍କର ଏକ ଗୀତ

ପାକିସ୍ତାନ ସେନା ଗତ ରବିବାର ଦିନ ଭାରତର ଜଣେ ଭାଜପା ବିଧାୟକଙ୍କ ଉପରେ ଆରୋପ ଲଗାଇଛି। ଅଭିଯୋଗ ଅନୁଯାୟୀ, ବିଧାୟକ ଜଣଙ୍କ ପାକିସ୍ତାନୀ ଗୀତର ନକଲ କରିବା ସହ ସେଥିରେ କିଛି ପରିବର୍ତ୍ତନ କରି ଭାରତୀୟ ଯବାନଙ୍କୁ ସମର୍ପିତ କରିଛନ୍ତି। ପାକିସ୍ତାନୀ ସେନା କହିଛନ୍ତି, ସତ କହିବାରେ ମଧ୍ୟ ଭାରତ ପାକିସ୍ତାନକୁ ଅନୁସରଣ କରୁଛି। ଆସନ୍ତୁ ନଜର ପକାଇବା କଣ ରହିଛି ସଂପୂର୍ଣ୍ଣ ଖବର।

ତେଲେଙ୍ଗାନାର ଗୋସାମହଲ ବିଧାନସଭା ସିଟରୁ ଭାଜପା ବିଧାୟକ ଠାକୁର ରାଜା ସିଂହ ଲୋଧ ଟ୍ବିଟ କରିଥିଲେ, ‘‘ମୋର ନୂଆ ଗୀତ ଶ୍ରୀରାମ ନବମୀ ଅବସରରେ ୧୪ ଏପ୍ରିଲ ଦିନ ୧୧.୪୫ ରେ ରିଲିଜ କରାଯିବ। ଏବଂ ଏହି ଗୀତ ଭାରତୀୟ ସୈନ୍ୟମାନଙ୍କ ପାଇଁ ସମର୍ପିତ କରାଯାଇଛି।’’

Songଲୋଧ ଯେତେବେଳେ ସୋସିଆଲ ମିଡିଆରେ ଏହି ଗୀତ ଶେୟାର କରିଥିଲେ, ସେତେବେଳେ ପାକିସ୍ତାନୀ ସେନା ଦାବି କରିଥିଲା ଏହି ଗୀତ ପାକିସ୍ତାନ ସ୍ୱାଧିନତା ଦିବସ ଅବସରରେ ୨୩ ମାର୍ଚ୍ଚରେ ଇକାଇ ମିଡିଆରେ ରିଲିଜ କରାଯାଇଥିଲା। ଏହି ଗୀତକୁ ସାହିର ଅଲ୍ଲୀ ବଗ୍ଗା ଲେଖିଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ, ଲୋଧ ‘ଜିନ୍ଦାବାଦ ପାକିସ୍ତାନ’ ଗୀତର ନକଲ କରି ସେଥିରେ ‘ଜିନ୍ଦାବାଦ ହିନ୍ଦୁସ୍ତାନ’ ପରିବର୍ତ୍ତନ କରି ଭାରତୀୟ ସୈନ୍ୟମାନଙ୍କୁ ସମର୍ପିତ କରିଛନ୍ତି। ପାକିସ୍ତାନ ସେନାର ପ୍ରବକ୍ତା ମେଜର ଜେନେରାଲ ଆସିଫ ଗଫୁର ଟ୍ବିଟ କରିଛନ୍ତି, ‘‘ଖୁସି ଲାଗିଲା ଆପଣ ଏହି ଗୀତର ନକଲ କରିଛନ୍ତି, କିନ୍ତୁ ଏବେ ଭାରତୀୟ ସତ କହିବାର ମଧ୍ୟ ନକଲ କରନ୍ତୁ।’’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.