ଏବେ ଲ୍ୟାଣ୍ଡଲାଇନ ନମ୍ବରରେ ମଧ୍ୟ ବ୍ୟବହାର କରିପାରିବେ ହ୍ଵାଟ୍ସଆପ୍‌ , ଜାଣନ୍ତୁ କିପରି

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ହ୍ଵାଟ୍ସଆପ ଦୁନିଆର ସବୁଠାରୁ ଲୋକପ୍ରିୟ ଇଷ୍ଟାଣ୍ଟ ମେସେଜିଂ ଆପ ମଧ୍ୟରେ ଗଣାଯାଉଛି। ଏହା ଦ୍ୱାରା ପର୍ସନାଲରୁ ଆରମ୍ଭ କରି ପ୍ରଫେସନାଲ ପର‌୍ୟ୍ୟନ୍ତ ସମସ୍ତ ପ୍ରକାରର ବାର୍ତ୍ତାଲାପ କରାଯାଉଛି। ସାଧାରଣତଃ ହ୍ଵାଟ୍ସଆପର ବ୍ୟବହାର ମୋବାଇଲ ନମ୍ବର ଦ୍ୱାରା ହିଁ କରାଯାଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଆପଣ ଏହାର ବ୍ୟବହାର ଲ୍ୟାଣ୍ଡଲାଇନ ନମ୍ବର ଦ୍ୱାରା ମଧ୍ୟ କରିପାରିବେ। ଯାହାର ଉପାୟ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ।

-ଏହାର ବ୍ୟବହାର କରିବା ପାଇଁ ପ୍ରଥମେ ହ୍ଵାଟ୍ସଆପର ନର୍ମଲ ଅଥବା ବିଜନେସ ଆପକୁ ଡାଉନଲୋଡ କରିବାକୁ ପଡିବ। ଏହାପରେ ଏହି ଆପକୁ ଆପଣ ନିଜ ମୋବାଇଲ, ଲ୍ୟାପଟପ୍‌ ଅଥବା ଟାବଲେଟ ଜରିଆରେ ଖୋଲିପାରିବେ।

verify-whatsapp-landline

-ଏହାକୁ ଖୋଲିବା ପରେ ଏଠାରେ ଆପଣଙ୍କ ଦେଶର କୋର୍ଡ ଏବଂ ୧୦ ନମ୍ବର ବିଶିଷ୍ଟ ମୋବାଇଲ ନମ୍ବର ମାଗିବ। ସେଠାରେ ଏବେ ଆପଣ ନିଜ ଲ୍ୟାଣ୍ଡଲାଇନ ନମ୍ବରକୁ ଏଣ୍ଟର କରନ୍ତୁ।

-ଏହାପରେ ନମ୍ବର ଭେରିଫିକେସନ ପାଇଁ ଏକ ମେସେଜ୍‌ ଯିବ। ଯେହେତୁ ଆପଣ ଲ୍ୟାଣ୍ଡଲାଇନ ନମ୍ବର ଦେଇଛନ୍ତି ଆପଣଙ୍କୁ କୌଣସି ମେସେଜ ଆସିବ ନାହିଁ। ଏହାର କିଛି ସମୟରେ ପରେ ଭେରିଫିକେସନ ମେସେଜ ଫେଲ ହେବା ସହ କଲ କରି ଭେରିଫିକେସନ କରିବାର ଅପସନ ଦେଖାଇବ।

whatsappnew

-ଆପଣ ଏହି ସମୟରେ କଲ ମି ଅପସନକୁ ଚୟନ କରିପାରିବେ। ଯାହାଫଳରେ ଲ୍ୟାଣ୍ଡଲାଇନ ନମ୍ବରକୁ ଭେରିଫିକେସନ୍‌ କଲ ଯିବ। ଏବଂ ଏହି ସମୟରେ ମିଳିଥିବା କୋଡକୁ ଦାଖଲ କରି ଆପଣ ନମ୍ବର ଭେରିଫାଏ କରିପାରିବେ।

-ଭେରିଫିକେସନ ପ୍ରକ୍ରିୟା ଶେଷ ହେବା ପରେ ହ୍ଵାଟ୍ସଆପର ସାଧାରଣ ସେଟିଂକୁ ପୂରା କରି ଆପଣ ଏହାର ବ୍ୟବହାର କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.