Below header

ଲକଡାଉନ: ଏପ୍ରିଲ 1ରୁ ଆକାଶବାଣୀରେ ପ୍ରସାରଣ ହେବ ଶିକ୍ଷାଭିତ୍ତିକ ରେଡ଼ିଓ କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀ ଜାଣିବେ ଇଂଲିଶ ଗ୍ରାମାର ଓ ଗଣିତ ଫର୍ମୁଲା

ଲକଡାଉନ ସମୟରେ ଏବେ ସହରର ବିଭିନ୍ନ ସ୍କୁଲ ବନ୍ଦ ଥିବାରୁ ପିଲାମାନେ ଘରେ ଅଛନ୍ତି । ଏହି ପିରିୟଡକୁ ସଦୁପଯୋଗ କରିବାକୁ ଏବଂ ପିଲାଙ୍କ ପାଠପଢା ଜାରି ରଖିବା ପାଇଁ ସ୍କୁଲ ଶିକ୍ଷା ବିଭାଗ ନୂଆ କାର୍ଯ୍ୟକ୍ରମ ହାତକୁ ନେଇଛି । ବିଭାଗ ଦ୍ୱାରା 1 ଏପ୍ରିଲରୁ ଶିକ୍ଷାଭିତ୍ତିକ ରେଡ଼ିଓ କାର୍ଯ୍ୟକ୍ରମ ଆକାଶବାଣୀର ରାଜ୍ୟସ୍ଥିତ ସମସ୍ତ ପ୍ରାଥମିକ ପ୍ରସାରଣ କେନ୍ଦ୍ର ଏବଂ ବିବିଧ ଭାରତୀ କେନ୍ଦ୍ରରୁ ଏକସାଥିରେ ପ୍ରସାରଣ କରାଯିବ ।

op

ଏହି କାର୍ଯ୍ୟକ୍ରମ ସୋମବାରରୁ ଶନିବାର ପ୍ରତ୍ୟେକ ଦିନ 11ଟାରୁ 12ଟା ପ୍ରସାରିତ ହେବ । ଏଥିରେ ସ୍କୁଲ ପିଲାମାନଙ୍କୁ ଇଂଲିଶ ଗ୍ରାମାର, ବାକ୍ୟ ବିନ୍ୟାସ, ଗଣିତର ଫର୍ମୁଲା ଆଦି କୁହାଯିବ । ରାଜ୍ୟ ଶିକ୍ଷା କେନ୍ଦ୍ରର ଟିମ ବିଷୟବସ୍ତୁ ଆଧାରରେ ମ୍ୟାଟର ପ୍ରସ୍ତୁତ କରିବେ । ପ୍ରୋଗ୍ରାମ ଝିଲମିଲରେ ସାମାଜିକ ବିଜ୍ଞାନ, ସାମାଜିକ ଅଧ୍ୟୟନ ବିଷୟରେ ସୂଚନା ଦିଆଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.