ପରିବାରକୁ ହୋଇପାରେ କରୋନା ସେଥିପାଇଁ ଗ୍ୟାରେଜରେ ଟେଣ୍ଟ ପକାଇ ରହୁଛନ୍ତି ଡାକ୍ତର, ସୋସିଆଲ ମିଡ଼ିଆରେ ସେୟାର କଲେ ନିଜର କଷ୍ଟ

ଗୋଟିଏ ପଟେ କରୋନା ସହ ସାରା ଦୁନିଆ ସଂଘର୍ଷ କରୁଥିବା ବେଳେ ଅନ୍ୟପଟେ କିଛି ଲୋକ ଏହି ଭାଇରସକୁ ହରାଇବା ପାଇଁ ଦିନରାତି ଏକ୍ କରିଦେଇଛନ୍ତି । ତେବେ ସେମାନେ ଆଉ କେହି ନୂହେଁ ଭାଗବାନଙ୍କ ଦ୍ଵିତୀୟ ଅବତାର ଯାହାଙ୍କୁ ଆମେ ଡାକ୍ତର ବୋଲି କହୁଛୁ । କାରଣ କେବଳ ସେମାନଙ୍କ ଚେଷ୍ଟାରେ ହିଁ ଆମେ ଏହି ମହାମାରୀ କବଳରୁ ରକ୍ଷା ପାଇପାରିବା । ଦିନରାତି ଲୋକଙ୍କର ସେବା କରୁଥିବା ଡାକ୍ତରମାନଙ୍କୁ ନିଜ ପରିବାର ପାଇଁ ମଧ୍ଯ ଭୟ ରହିଥାଏ ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ଆମେରିକାର ଏହି ଡାକ୍ତର୍ । କରୋନା ରୋଗୀଙ୍କର ଚିକିତ୍ସା କରୁଥିବା ଏହି ଡାକ୍ତର୍ ନିଜ ପରିବାରକୁ ବିପଦମୁକ୍ତ କରିବାକୁ ଯାଇ ନିଜଘରେ ଗ୍ଯାରେଜରେ ଏକ ତମ୍ବୁ ଟାଣି ରହୁଛନ୍ତି ।

ସୂଚନା ଅନୁଯାୟୀ ଆମେରିକାର କାଲିଫର୍ଣ୍ଣିଆରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି କାରଣରୁ ସେଠାରେ ଲୋକମାନଙ୍କ ସେବା କରୁଥିବା ଟିମି ଚେଙ୍ଗ ନାମକ ଜଣେ ଡାକ୍ତର୍ ଏଭଳି ନିଷ୍ପତ୍ତି ନେଇଛନ୍ତି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ଯ ହୋଇଯିବେ । କ୍ରିଟିକାଲ୍ କେୟାରରେ ସ୍ପେଶାଲିଷ୍ଟ ଥିବା ଏହି ଡାକ୍ତର୍ ଜଣଙ୍କ ନିଜ ପରିବାରକୁ କରୋନାରୁ ରକ୍ଷା କରିବା ପାଇଁ ନିଜ ଘର ଗ୍ୟାରେଜରେ ଏକ ଟେଣ୍ଟ କରି ରହୁଛନ୍ତି । ଏହି ଟେଣ୍ଟରେ ସେ କେବଳ ଗୋଟିଏ ଗଦି, ଲାପଟପ ଏବଂ କିଛି ଜଳଖିଆ ସହିତ ସମୟ ଅତିବାହିତ କରୁଛନ୍ତି ।

Virus Outbreak: News and Analysis From March 22, 2020 - Bloomberg

ଡାକ୍ତର ଚେଙ୍ଗ ନିଜ ପରିବାର ପାଖରେ ରହି ମଧ୍ଯ ତାଙ୍କ ସହ ନ ମିଶି ପାରୁଥିବା ଯନ୍ତ୍ରଣା ନିଜର ଫେସବୁକ ଜରିଆରେ ସେୟାର କରିଛନ୍ତି । ସେ ଲେଖିଛନ୍ତି ମୁଁ ନିଜକୁ ବେଘର କରିବାର ନିଷ୍ପତ୍ତି ନେଇଛି କାରଣ ଯଦି ମୁଁ ସଂକ୍ରମିତ ହୋଇଯାଏ ତାହେଲେ ମୋ ପରିବାର ମଧ୍ଯ ଏଥିରେ ସଂକ୍ରମିତ ହୋଇଯିବେ । ଏହାସହିତ ସେ ଲେଖିଛନ୍ତି ଗୋଟିଏ ରାତି ମୁଁ କେବଳ କାରରେ ହିଁ ବିତାଇ ଦେଇଥିଲି । ତାପରେ ଚାରି ରାତି ମୁଁ ହସ୍ପିଟାଲର କଲ ରୁମରେ ବିତାଇଛି । ଶେଷରେ ନିଜ ଗ୍ୟାରେଜରେ ଟେଣ୍ଟ ପକାଇ ରହିବା ପାଇଁ ମୋ ପତ୍ନୀ ମୋତେ କହିଥିଲେ । ସୂଚନା ଅନୁଯାୟୀ ଡକ୍ଟର ଚେଙ୍ଗ କାଲିଫର୍ଣ୍ଣିଆର ଇରବିନରେ ସ୍ଥିତ ୟୁସିଆଇ ମେଡିକାଲ ସେଣ୍ଟରରେ କାମ କରନ୍ତି । ତେବେ ଡାକ୍ତରଙ୍କର ଏଭଳି ନିଷ୍ପତ୍ତି ସୋସିଆଲ ମିଡ଼ିଆରେ ଲୋକଙ୍କୁ ଭାବବିହୋଳ କରିଦେଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.