Below header

ତୈଳ ରିଫାଇନାରୀରେ ଭୟଙ୍କର ବିସ୍ଫୋରଣ, ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ : କେଉଁଠି କାହାର ପୋଡ଼ା ହାତ ପାପୁଲି ପଡ଼ିଛି ତ ଆଉ କେଉଁଠି ଅଧା ପୋଡ଼ା ଗୋଡ଼ । ନାଇଜେରିଆର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ ପରେ ଏଦୃଶ୍ୟ ଦେଖିବାକୁ ମିଳିଛି। ଦୁଇଟି ବେଆଇନ୍‌ ତେଲ ବିଶୋଧନାଗାରରେ ଏହି ବିସ୍ଫୋରଣ ଘଟିଛି । ଏଥିରେ ପ୍ରାୟ ୫୦ ଜଣରୁ ଊର୍ଦ୍ଧ୍ୱ ଲୋକ ମୃତ୍ୟୁ ମୁଖରେ ପଡ଼ିଥିବା କୁହାଯାଉଛି । ତେବେ ମୃତ୍ୟୁ ସଂଖ୍ୟା ଶହେରୁ ଅଧିକ ହୋଇ ପାରେ ବୋଲି ଆଶଙ୍କା କରାଯାଉଛି । ସେହିଭଳି ଅନେକ ଲୋକ ଆହତ ହୋଇଛନ୍ତି ।

BLAST-2
ଯାହା ସୂଚନା ମିଳିଛି କି ଦୁଇଟି ବେଆଇନ୍‌ ରିଫାଇନାରୀରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଏହା ଏତେ ଭୟଙ୍କର ଥିଲା ଯେ ନିଆଁକୁ ଆୟତ୍ତ କରି ହେଲା ନାହିଁ । କେବଳ ରିଫାଇନାରୀ ପରିସର ନୁହେଁ ନିଆଁ ଆଖପାଖ ଅଞ୍ଚଳକୁ ମଧ୍ୟ ମାଡ଼ି ଯାଇଥିଲା । ଯାହାଫଳରେ ଲୋକେ ମୃତ୍ୟୁର ଶିକାର ହେଲେ । ସେହିଭଳି କୋଟି କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ପୋଡ଼ି ଭସ୍ମୀଭୂତ ହୋଇଯାଇଛି ।

ନାଇଜେରିଆରେ ବିପୁଳ ପରିମାଣର ତୈଳ ଉତ୍ପାଦିତ ହୁଏ । ତେବେ ଏଠାରେ ଟ୍ୟାକ୍ସ ଫାଙ୍କିବା ପାଇଁ ଅନେକ ଜାଗାରେ ବେଆଇନ୍‌ ରିଫାଇନାରୀ ସବୁ ଗଢ଼ି ଉଠିଛି । ଯାହା ଏବେ ବିପଦ ସୃଷ୍ଟି କରିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.