Below header

ଫୈଜାବାଦ ଜିଲ୍ଲାର ନାଁ ହେଲା ଅଯୋଧ୍ୟା, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ଼ ଘୋଷଣା

ଉତ୍ତରପ୍ରଦେଶ : ଦୀପାବଳିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ଼ ଘୋଷଣା । ବଦଳିଲା ଫୈଜାବାଦ ଜିଲ୍ଲାର ନାଁ । ନୂଆ ନାଁ ହୋଇଛି ଅଯୋଧ୍ୟା । ଏହାସହ ଅଯୋଧ୍ୟା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି ମେଡିକାଲ କଲେଜ ଓ ବିମାନବନ୍ଦର । ଅଯୋଧ୍ୟାରେ ଦଶରଥଙ୍କ ନାଁରେ ନୂଆ ମେଡିକାଲ କଲେଜ ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସେହିପରି ଶ୍ରୀରାମଙ୍କ ନାଁରେ ହେବ ବିମାନବନ୍ଦର । ଫୈଜାବାଦରେ ଆଜି ଆୟୋଜିତ ହୋଇଥିଲା ଦୀପାବଳି ଉତ୍ସବ । କାର୍ଯ୍ୟକ୍ରମରେ ଯୋଗ ଦେଇ ଏସବୁ ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଦକ୍ଷିଣ କୋରିଆର ଫାଷ୍ଟ ଲେଡି କିମ୍‌ ଜଙ୍ଗ ସୁକ୍‌ । ଦୀପାବଳି ଉତ୍ସବରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

ଏହା ସହ ପଢନ୍ତୁ ଆଜିଠୁ ତୁମ ନାଁ . . . ଆଲ୍ଲାହାବାଦ ନାମ କଣ ପରିବର୍ତ୍ତନ କଲେ ଯୋଗୀ, Meme ସେନା ତ ତାଙ୍କ ପଛରେ ହିଁ ପଡିଯାଇଛି

ସେହିପରି ଆସନ୍ତା ବର୍ଷ କୁମ୍ଭମେଳା ପୂର୍ବରୁ ଖୁବ୍ ଶୀଘ୍ର ଆଲ୍ଲାହାବାଦ ଜିଲ୍ଲା ନାମ ପ୍ରୟାଗରାଜ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆଦିତ୍ୟନାଥ କହିଛନ୍ତି, ଆଲ୍ଲାହାବାଦ ଜିଲ୍ଲାର ନାମ ପରିବର୍ତ୍ତନ କରାଇବାକୁ ଆଖଡ଼ା ପରିଷଦ୍ ଓ ଅନ୍ୟମାନଙ୍କୁ ପ୍ରସ୍ତାବ ଦିଆଯାଇଛି। ଉତ୍ତର ପ୍ରଦେଶ ରାଜ୍ୟପାଳ ରାମ ନାଏକ ମଧ୍ୟ ଏହି ପ୍ରସ୍ତାବକୁ ସମ୍ମତି ପ୍ରଦାନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.