Below header

ଆମେରିକାରେ ଭାରତୀୟ ବଂଶୋଦ୍ଭବ ଓଡ଼ିଆ ଡାକ୍ତରଙ୍କ କୁତ୍ସିତ କାରନାମା, ନାବାଳିକାଙ୍କ ଆଗରେ କଲେ ଅଶ୍ଳୀଳ ଆଚରଣ !

ଆମେରିକାରେ ଭାରତୀୟ ବଂଶୋଦ୍ଭବ ଓଡ଼ିଆ ଡାକ୍ତରଙ୍କ କୁତ୍ସିତ କାରନାମା । ଜଣେ ୧୪ ବର୍ଷୀୟ ନାବାଳିକାଙ୍କ ଆଗରେ ଅଶ୍ଳୀଳ ଆଚରଣ କରି ଗିରଫ ହୋଇଥିଲେ ଭାରତୀୟ ଡାକ୍ତର । ଗତବର୍ଷ ବୋଷ୍ଟନ ଯାଉଥିବା ବିମାନରେ ଏହି ଘଟଣା ଘଟିଥିଲା । ବୋଷ୍ଟନ କୋର୍ଟରେ ହାଜର ପରେ ସେ ମୁକୁଳିଛନ୍ତି । ଦୋଷୀ ସାବ୍ୟସ୍ତ ହେଲେ ୯୦ ଦିନ ଜେଲରେ ରହିବା ସହ ଜରିମାନା ଗଣିବେ ।

ଆମେରିକାରେ ଓଡ଼ିଆ ବଂଶୋଦ୍ଭବ ଡାକ୍ତରଙ୍କ କୁତ୍ସିତ କାରନାମା । ବିମାନ ଭିତରେ ନାବାଳିକାଙ୍କ ଆଗରେ ଅଶ୍ଳୀଳ ଆଚରଣ । ଭୁଲିଗଲେ ହିତାହତ ଜ୍ଞାନ । ଅଭଦ୍ରାମୀର ସୀମା ଟପିଗଲେ ଡାକ୍ତର ବାବୁ । ଏମିତି ଲଜ୍ଜାଜନକ ଓ ଅଭଦ୍ରୋଚିତ କାଣ୍ଡ କଲେ ଯେ ହାତରେ ପଡ଼ିଲା ହ୍ୟାଣ୍ଡକଫ୍ । ଆମେରିକାରେ କାର୍ଯ୍ୟରତ ଭାରତୀୟ ବଂଶୋଦ୍ଭବ ଡାକ୍ତରଙ୍କୁ ଗିରଫ କରିଥିଲା ଏଫବିଆଇ । ଡାକ୍ତର ଜଣଙ୍କର ନାଁ ସୁଦୀପ୍ତ ମହାନ୍ତି । ବୟସ ୩୩ ବର୍ଷ । ମାସାଚୁଟ୍ସର କେମ୍ବ୍ରିଜରେ ସେ ରୁହନ୍ତି । ସୁଦୀପ୍ତ ଇଣ୍ଟରନାଲ୍ ମେଡିସିନ୍ ଓ ପ୍ରାଇମେରୀ କେୟାର ଡାକ୍ତର । ବିମାନ ଯାତ୍ରା ବେଳେ ଜଣେ ୧୪ ବର୍ଷୀୟ ନାବାଳିକାଙ୍କ ଆଗରେ ହସ୍ତମୈଥୁନ କରି ଗିରଫ ହୋଇଥିଲେ । ଏହି ଘଟଣାରେ ସୁଦୀପ୍ତ ମହାନ୍ତିଙ୍କୁ ଆମେରିକା ଏଫବିଆଇ ଗିରଫ କରିଥିଲା । ବୋଷ୍ଟନ କୋର୍ଟରେ ହାଜର ପରେ ମୁକୁଳିଛନ୍ତି ।

ଗତବର୍ଷ ଏହି ଘଟଣା ଘଟିଥିଲା । ୨୦୨୨, ମେ ୨୭ । ହାୱାଇନ୍ ଏୟାରଲାଇନ୍ସ ବିମାନରେ ମହିଳାଙ୍କ ସହ ହୋନଲୁଲୁରୁ ବୋଷ୍ଟନ ଯାଇଥିଲେ ସୁଦୀପ୍ତ ମହାନ୍ତି । ତାଙ୍କ ସାମନା ସିଟରେ ବସିଥିଲେ ୧୪ ବର୍ଷୀୟ ନାବାଳିକା । ନିଜ ଜେଜେବାପା ଓ ଜେଜେମାଆଙ୍କ ସହ ଯାଉଥିଲେ । ନାବାଳିକା ଅଭିଯୋଗ କରିଥିଲେ, ସୁଦୀପ୍ତ କମ୍ବଳ ଘୋଡେଇ ହୋଇ ତାଙ୍କ ଆଗରେ ଅଶ୍ଳୀଳ କାମ କରୁଥିଲେ । ଏକଥା ଜାଣିବା ପରେ ସେ ଅନ୍ୟ ସିଟକୁ ଚାଲି ଯାଇଥିଲେ । ବିମାନ ବୋଷ୍ଟନରେ ପହଞ୍ଚିବା ପରେ ସମ୍ପର୍କୀୟଂକୁ ଘଟଣା ସମ୍ପର୍କରେ ଜଣାଇଥିଲେ ନାବାଳିକା । ଏହାପରେ ପୋଲିସରେ ଅଭିଯୋଗ ହୋଇଥିଲା ।

ପଚରାଉଚରା ବେଳେ ସୁଦୀପ୍ତ ମହାନ୍ତି କହିଥିଲେ, ତାଙ୍କର କୌଣସି କଛା ମନେ ନାହିଁ । ଏହି ଘଟଣାରେ ତାଂକୁ ଏଫବିଆଇ ଗିରଫ କରିଥିଲା । ଏଫବିଆଇ ବୋଷ୍ଟନ ଡିଭିଜନର କାର୍ଯ୍ୟକାରୀ ସ୍ପେଶାଲ୍ ଏଜେଷ୍ଟ ଖ୍ରୀଷ୍ଟୋଫର ଡିଜେନା ଘଟଣାକୁ ଅତ୍ୟନ୍ତ ନିନ୍ଦନୀୟ କହିଛନ୍ତି । ଡାକ୍ତର ସୁଦୀପ୍ତ ମହାନ୍ତିଙ୍କ ଗିରଫ ପରେ ବିମାନରେ ଘଟୁଥିବା ଅପରାଧକୁ ଗମ୍ଭୀରତାର ସହ ନେଉଛି ଏଫବିଆଇ । ଦୋଷୀ ସାବ୍ୟସ୍ତ ହେଲେ ସୁଦୀପ୍ତ ମହାନ୍ତି ୯୦ ଦିନ ଜେଲରେ ରହିବେ । ବର୍ଷେ ନିରୀକ୍ଷଣରେ ରହିବା ସହ ୫ହଜାର ଆମେରିକୀୟ ଡଲାର ଅର୍ଥାତ ୪ ଲକ୍ଷରୁ ଅଧିକ ଟଙ୍କା ଫାଇନ୍ ଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.