Below header

ଆଜି ୱେଷ୍ଟଇଣ୍ଡିଜ୍ ସହ ଚତୁର୍ଥ ଟି-୨୦ ମୁକାବିଲା; ମ୍ୟାଚ ଜିତି ସିରିଜ ବରାବର କରିବା ଲକ୍ଷ୍ୟରେ ଟିମ ଇଣ୍ଡିଆ

କର ବା ମର ସ୍ଥିତିରେ ଭାରତ । ଆଜି ୱେଷ୍ଟଇଣ୍ଡିଜ୍ ସହ ଚତୁର୍ଥ ଟି-୨୦ ମୁକାବିଲା । ମ୍ୟାଚ ଜିତି ସିରିଜ ବରାବର କରିବା ଲକ୍ଷ୍ୟରେ ଟିମ ଇଣ୍ଡିଆ । ଫ୍ଲୋରିଡାର ଲୌଡରହିଲ୍‌ଠାରେ ଏହି ମ୍ୟାଚ୍‌ ଭାରତୀୟ ସମୟ ରାତି ୮ଟାରେ ଆରମ୍ଭ ହେବ।

ଆଜି ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ସିରିଜର ଚତୁର୍ଥ ମ୍ୟାଚ୍ । ଆମେରିକାର ଫ୍ଲୋରିଡାରେ ମ୍ୟାଚ ଖେଳାଯିବ । ଭାରତୀୟ ସମୟ ରାତି ୮ଟାରେ ମୁକାବିଲା ହେବ । ଏଯାଏ ଖେଳାଯାଇଥିବା ୩ଟି ମ୍ୟାଚରୁ ୱେଷ୍ଟଇଣ୍ଡିଜ ପ୍ରଥମ ଦୁଇ ମ୍ୟାଚ ଜିତିଛି । ତୃତୀୟ ମ୍ୟାଚରେ ବାଜିମାରିଛି ଭାରତ । ଚତୁର୍ଥ ମୁକାବିଲା ଜିତିବାକୁ ହେଲେ ଉଭୟ ଦଳକୁ ଭଲ ପ୍ରଦର୍ଶନ କରିବାକୁ ହେବ । ଏ ଯାଏ ଭାରତ ଦଳଗତ ପ୍ରଦର୍ଶନ କରିପାରିନି । ବ୍ୟାଟିଂରେ ଓପନର ଇଶାନ କିସାନଙ୍କୁ ବଦଳାଇ ଯଶସ୍ବୀ ଜୟସ୍ବାଲ ସୁଯୋଗ ଦିଆଗଲା । କିନ୍ତୁ ସେ ଫେଲ ମାରିଲେ ।

ସେହିପରି ଶୁବମନ ଗିଲ ଭଲ ଖେଳିପାରୁ ନାହାନ୍ତି । ଏଭଳି ସ୍ଥିତିରେ କାହାକୁ ସୁଯୋଗ ଦେବ । ତାହା ଉପରେ ସମସ୍ତଙ୍କ ନଜର । ଗିଲ କିମ୍ବା ସଞ୍ଜୁସାମସନଙ୍କ ସ୍ଥାନରେ ପୁଣିଥରେ କିସାନଙ୍କୁ ଖେଳାଇବାକୁ ଚିନ୍ତା କରାଯାଉଛି । .ଶେଷ ଥର ପାଇଁ ଭାରତ ୨୦୧୬ରେ ୱେଷ୍ଟଇଣ୍ଡିଜ୍ ଠୁ ଦ୍ବିପାକ୍ଷିକ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ପରାଜିତ ହୋଇଥିଲା। ଏବେ ଭାରତ ୧-୨ରେ ପଛରେ ରହିଛି।

ଏପଟେ ୱେଷ୍ଟଇଣ୍ଡିଜର ଟପ ଅର୍ଡର ଏପର୍ଯନ୍ତ କ୍ଲିକ କରିନାହିଁ । ଫଳରେ ଦିନିକିଆ ଅଧିନାୟକ ସାଇ ହୋପଙ୍କ ଖେଳିବା ସମ୍ଭାବନା ଅଧିକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.