ଆଜି ବିଶ୍ୱ ହସ୍ତୀ ଦିବସ: ଜନବସତି ମୁହାଁ ହାତୀ, ଚଳିତ ବର୍ଷର ପ୍ରଥମ ତିନି ମାସରେ ଗଲାଣି ୫୭ ଜୀବନ

ଆଜି ବିଶ୍ବ ହସ୍ତୀ ଦିବସ । ହାତୀଙ୍କ ସୁରକ୍ଷା ଓ ସଚେତନା ପାଇଁ ୨୦୧୨ ଅଗଷ୍ଟରୁ ପାଳିତ ହୋଇ ଆସୁଛି ବିଶ୍ବ ହସ୍ତୀ ଦିବସ । ଜଙ୍ଗଲ ଛାଡି ଏବେ ଜନବସତି ମୁହାଁ ହେଉଛନ୍ତି ଗଜରାଜ । ଖାଦ୍ୟ ଅନ୍ବେଷଣରେ ଜନବସତିରେ ପଶୁଛନ୍ତି । ଫଳରେ ଅନେକ ସମୟରେ ହାତୀ-ମଣିଷ ଲଢ଼େଇ ହେଉଛି ।

(କେନ୍ୟୁଜ): ଆଜି ବିଶ୍ବ ହସ୍ତୀ ଦିବସ । ହାତୀଙ୍କ ସୁରକ୍ଷା ଓ ସଚେତନା ପାଇଁ ୨୦୧୨ ଅଗଷ୍ଟରୁ ପାଳିତ ହୋଇ ଆସୁଛି ବିଶ୍ବ ହସ୍ତୀ ଦିବସ । ଜଙ୍ଗଲ ଛାଡି ଏବେ ଜନବସତି ମୁହାଁ ହେଉଛନ୍ତି ଗଜରାଜ । ଖାଦ୍ୟ ଅନ୍ବେଷଣରେ ଜନବସତିରେ ପଶୁଛନ୍ତି । ଫଳରେ ଅନେକ ସମୟରେ ହାତୀ-ମଣିଷ ଲଢ଼େଇ ହେଉଛି । ଫସଲ ପାଇଁ ମୁହାଁମୁହିଁ ହେଉଛନ୍ତି । କେତେବେଳେ ହାତୀ ଆକ୍ରମଣରେ ମଣିଷ ଜୀବନ ଯାଉଛି ତ କେଉଁଠି ଉଜୁଡ଼ି ଯାଉଛି ଗରିବ ଚାଷୀର ଭାରହାଣ୍ଡି ।

ଚଳିତବର୍ଷର ପ୍ରଥମ ତିନି ମାସରେ ହାତୀ ଆକ୍ରମଣରେ ରାଜ୍ୟରେ ୫୭ ଜଣଙ୍କର ଜୀବନ ଯାଇଛି । ସାଧାରଣତଃ ଗୋଟିଏ ହାତୀ ଦିନକୁ ଗୋଟିଏ କ୍ବିଣ୍ଟାଲରୁ ଦେଢ଼ କ୍ବିଣ୍ଟାଲ ଖାଦ୍ୟ ଆବଶ୍ୟକତା କରିଥାଏ । ଦୁଇ ଶହରୁ ୨୫୦ ଲିଟର ପାଣି ପିଇଥାଏ । କିନ୍ତୁ ଏବେ ଜଙ୍ଗଲ କ୍ଷୟ ଯୋଗୁ ସେମାନଙ୍କୁ ଆବଶ୍ୟକ ପରିମାଣର ଆଉ ଖାଦ୍ୟ ମିଳୁ ନାହିଁ । ଫଳରେ ଜଙ୍ଗଲ ଛାଡି ସେମାନେ ଜନବସଚତି ମୁହାଁ ହେଉଛନ୍ତି ।

ଜଙ୍ଗଲରେ ଖାଦ୍ୟାଭାବ ସାଙ୍ଗକୁ ଏପ୍ରିଲ୍‌‌, ମେ ଏବଂ ଜୁନ୍‌‌ ମାସରେ ରାଜ୍ୟରେ ଉତ୍ପାଦନ ହେଉଥିବା ଅଧିକାଂଶ ଫଳ ପାଚୁଥିବା ବେଳେ ହାତୀମାନେ ଏହାକୁ ଖାଇବାକୁ ଆସୁଛନ୍ତି ଓ ଏହି ସମୟରେ ଲୋକମାନେ ଫଳ ସଂଗ୍ରହ କରିବାକୁ ଯାଇ ମୃତ୍ୟୁମୁଖରେ ପଡ଼ିଛନ୍ତି। ପ୍ରାଣ ହରାଇଥିବା ୫୭ ଜଣଙ୍କ ମଧ୍ୟରୁ ୧୪ ଜଣଙ୍କ ପ୍ରାଣ ଆମ୍ବ ବଗିଚାରେ ଯାଇଥିବା ବେଳେ ୩ ଜଣ କାଜୁ ବଗିଚା, ୭ ଜଣ ବାହାରକୁ ଯାଇଥିବା ବେଳେ ପ୍ରାଣ ହରାଇଛନ୍ତି। ସେହିପରି ୭ ଟି ଗାଁରେ ବୁଲୁଥିବା ସମୟରେ ପ୍ରାଣ ହରାଇବା ସହିତ ୩ ଜଣ ନିଜ ଫସଲ କ୍ଷେତରେ ଏବଂ ଜଙ୍ଗଲକୁ କାଠ, କେନ୍ଦୁ, ଶାଳପତ୍ର ସଂଗ୍ରହ, ମହୂଲ ଫୁଲ ଓ ଛତୁ ସଂଗ୍ରହ ପାଇଁ ଯାଇ ୮ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ଗତ ବର୍ଷ ରାଜ୍ୟରେ ୧୪୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚଳିତବର୍ଷ ପ୍ରଥମ ୩ ମାସରେ ଏହି ସଂଖ୍ୟା ୫୭ରେ ପହଞ୍ଚିଯାଇଛି।

ଦିନ ଥିଲା ଓଡ଼ିଶା ହାତୀଙ୍କ ଭୂସ୍ବର୍ଗ କୁହାଯାଉଥିଲା । ରାଜ୍ୟରେ ହାତୀ ବଂଶ ବୃଦ୍ଧି ପାଉଥିଲେ ବି ମୃତ୍ୟୁସଂଖ୍ୟା ବି ବଢୁଛି । କେତେବେଳେ ଟ୍ରେନ ଧକ୍କାରେ ତ କେବେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅକାଳରେ ହାତୀଙ୍କ ଜୀବନ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.