Below header

ଚାକିରି ପାଇଁ ସରକାରଙ୍କ ସାମ୍ନାରେ ଧାରଣାରେ ବସି ଲଣ୍ଡା ହେଲେ ଶିକ୍ଷୟତ୍ରୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ସ୍ଥାୟୀ ଚାକିରି ଦାବିରେ ଅତିଥି ଶିକ୍ଷକମାନେ ଦୀର୍ଘ ଦିନ ଧରି ଧାରଣାରେ ବସିଛନ୍ତି। ଧାରଣାରେ ବସିଥିବା ଜଣେ ଅତିଥି ଶିକ୍ଷକ ବୁଧବାର ଦିନ ନିଜ ମୁଣ୍ଡରୁ ସବୁ କେଶ କାଟି ଦେଇଛନ୍ତି ଅର୍ଥାତ କେଶ ମୁଣ୍ଡନ କରିଛନ୍ତି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ୭୨ ଦିନରେ ମଧ୍ୟପ୍ରଦେଶର ଶାହଜହାନୀ ପାର୍କରେ ଅନ୍ୟ ଅତିଥି ଶିକ୍ଷକଙ୍କ ସହିତ ସ୍ଥାୟୀ ଚାକିରି ଦାବିରେ ଧାରଣାରେ ବସିଥିଲେ ଏହି ମହିଳା ଶିକ୍ଷୟତ୍ରୀ।

ନିଜ କେଶ ମୁଣ୍ଡନ କରିବା ପୂର୍ବରୁ ଶିକ୍ଷୟତ୍ରୀ ଜଣଙ୍କ କହିଛନ୍ତି ଯେ ୭୨ ଦିନର ଧାରଣାରେ ରାଜ୍ୟ ସରକାର ସେମାନଙ୍କ ଆଡକୁ ଦ୍ରୁଷ୍ଟି ଆକର୍ଷଣ କରୁଛନ୍ତି ନା ଏଥିପାଇଁ କୌଣସି ପଦକ୍ଷେପ ନେଉଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଅତିଥି ଶିକ୍ଷକ ବା ଗେଷ୍ଟ ଟିଚର ନିଜର ଆର୍ଥିକ ସଂକଟ ପାଇଁ ଆତ୍ମହତ୍ୟା ମଧ୍ୟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.