ମହାଶିବରାତ୍ରୀ ପାଇଁ ଶ୍ରୀଲୋକନାଥଙ୍କ ପୀଠରେ ପ୍ରସ୍ତୁତି, ମନ୍ଦିରରେ ଜଳୁଛି ୪୦୦ ଲିଟର ଘିଅ ଜଳିବା କ୍ଷମତା ରଖୁଥିବା ବୃହତକାୟ ଦୀପ

ପୁରୀ: ଆସନ୍ତାକାଲି ମହାଶିବରାତ୍ରୀ । ଏଥିପାଇଁ ପୁରୀ ଶ୍ରୀଲୋକନାଥଙ୍କ ପୀଠରେ ସରିଛି ପ୍ରସ୍ତୁତି । ଏହି ଅବସରରେ ଶ୍ରୀଲୋକନାଥ ପୀଠରେ ଏକ ବୃହତକାୟ ଦୀପ ଲାଗିଛି । ୪୦୦ ଲିଟର ଘିଅ ଜଳିବା କ୍ଷମତା ରଖୁଥିବା ଏହି ବିଶାଳାକାୟ ଦୀପକୁ ଶ୍ରୀଲୋକନାଥଙ୍କ ପୀଠରେ ଲଗାଯାଇଛି । ମହାଶିବରାତ୍ରୀର ମହାଦୀପ ଉଠିବା ପଯ୍ୟର୍ନ୍ତ ଏହି ଦୀପଟି ଜଳିବ । ଜଣେ ଭକ୍ତଙ୍କ ଦାନରେ ନିର୍ମିତ ହୋଇଛି ଏହି ଦୀପଟି । ମାଟିରେ ନିର୍ମିତ ଦୀପଟିର ଲମ୍ବ ସାଢେ ୬ ଫୁଟ ରହିଥିବା ବେଳେ ଓସାର ସାଢେ ୪ ଫୁଟ ରହିଛି । ଦୀପଟି ଜଳିବା ଆରମ୍ଭ କରିବା ସମୟରେ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀଲୋକନାଥ ଟ୍ରଷ୍ଟ ବୋର୍ଡର ସଭାପତି ତଥା ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସହ ବହୁ ଭକ୍ତ ଏହି ଦୀପଦାନରେ ସାମିଲ ହୋଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.