Below header

ଅଜବ ନିୟମ ! ଏଠି ବିବାହର ତିନି ଦିନ ପର୍ଯ୍ୟନ୍ତ ବରକନ୍ୟାଙ୍କୁ ଟଏଲେଟ ଯିବା ମନା

ବାହାଘରରେ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନିୟମ ମାନ ପାଳନ କରାଯାଇଥାଏ । ପ୍ରତ୍ଵକ ଧର୍ମ ତଥା ବର୍ଗର ଲୋକେ ନିଜ ନିଜ ନିୟମ ଗୁଡିକୁ ଯଥାସମ୍ଭବ ପାଳନ କରିଥାନ୍ତି । ପରିବାର ଲୋକଙ୍କର ଡର ଥାଏ ଯଦି ସଠିକ ଭାବେ ରୀତି ନୀତି ପାଳନ ନକରାଯାଏ ତେବେ ଦୁହିଁଙ୍କ ଦାମ୍ପତ୍ତ୍ୟ ଜୀବନରେ କାଳେ ବିବାଦ ଉପୁଜିବ । ଯଦିବା ସେହି ନିୟମ ସେହି ଅଞ୍ଚଳ ପାଇଁ ଠିକ ହୁଏ କିନ୍ତୁ ଅନ୍ୟ ଦେଶର ଲୋକମାନଙ୍କୁ ଏହା ଅଜବ ଲାଗିଥାଏ । ଏମିତି ହିଁ ଏକ ଅଜବ ନିୟମ ଏବେ ଚର୍ଚ୍ଚାର ପରିସରକୁ ଆସିଛି । ଏହି ନିୟମଟି ଇଣ୍ଡୋନେସିଆରେ ହିଁ ପ୍ରଚଳିତ ହେଉଛି । ଏହି ଦେଶର ନିୟମ ଅନୁଯାୟୀ ବାହାଘରର ୩ ଦିନ ଯାଏଁ ବର ବଧୂ ଟଏଲେଟ ଯାଇପାରନ୍ତି ନାହିଁ ।

 

Image result for bride and groom

ଯଦିବା ଆପଣଙ୍କୁ ଏହି ନିୟମଟିକୁ ଶୁଣିବାରେ ଅଜବ ଲାଗୁଥାଇପାରେ କିନ୍ତୁ ଇଣ୍ଡୋନେସିଆର ଏହି ନିୟମ ଟିକୁ ସେଠାକାର ଲୋକେ ଦୃଢ ବିଶ୍ୱାସର ସହିତ ପାଳନ କରନ୍ତି । ଦେଶର ଟ୍ୱିଡଙ୍ଗ ସମୁଦାୟରେ ହିଁ ଏହି ନିୟମ କାହିଁ କେଉଁ କାଳରୁ ପ୍ରଚଳିତ ହୋଇଆସୁଛି । ଯଦି କେହି ଏହାକୁ ପାଳନ ନ କରନ୍ତି ବା କୌଣସି ତ୍ରୁଟି ରହିଯାଏ ତେବେ ଖୁବ ଅଶୁଭ ବୋଲି ଧରାଯାଇଥାଏ । ଟ୍ୱିଡଙ୍ଗ ଲୋକଙ୍କ ମଧ୍ୟରେ ମାନ୍ୟତା ରହିଛିକି ବିବାହ ହେଉଛି ଏକ ପବିତ୍ର ବନ୍ଧନ । ଟଏଲେଟ ଯିବା ଦ୍ୱାରା ଏହାର ପବିତ୍ରତା ନଷ୍ଟ ହୋଇଯାଇଥାଏ । ସେମାନଙ୍କ ଅନୁଯାୟୀ ଟଏଲେଟ ଅନେକ ଲୋକ ବ୍ୟବହାର କରିଥାନ୍ତି । ଫଳରେ ସେଠାରେ ବିଭିନ୍ନ ଲୋକଙ୍କର ଏକ ନେଗେଟିଭ ଶକ୍ତି ରହିଯାଏ ।

ଯଦି ନବ ବିବାହିତା ଦମ୍ପତ୍ତି ପୁଣି ଥରେ ତାହାକୁ ବ୍ୟବହାର କରିବେ ତେବେ ସେମାନଙ୍କ ନେଗେଟିଭ ଶକ୍ତି ବର କନ୍ୟାଙ୍କ ପାଖକୁ ଚାଲିଆସିବ । ଫଳରେ ସେମାନଙ୍କ ଯୋଡି ବେଶୀ ଦିନ ପର୍ଯ୍ୟନ୍ତ ତିଷ୍ଠିପାରିବ ନାହିଁ । କୁହାଯାଏ କି ଏହି କାରଣରୁ ସେମାନଙ୍କ ଜୀବନ ବି ଚାଲିଯାଇପାରେ । ଖାଲି ସେତିକି ନୁହେଁ ସେମାନଙ୍କ ଖାଇବା ପିଇବା ଉପରେ ବି ରୋକ ଲଗାଯାଇଥାଏ । ତିନି ଦିନ ପର୍ଯ୍ୟନ୍ତ ସେମାନଙ୍କୁ କମ ରୁ କମ ଖାଇବାକୁ ଦିଆଯାଏ । ଏମିତିକି ଅଧିକ ଥର ଟଏଲେଟ ନ ଲାଗିବା ପାଇଁ ଏମାନଙ୍କୁ କମ ପରିମାଣର ପାଣି ମଧ୍ୟ ପିଇବାକୁ ଦିଆଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.