୨୮ ମାର୍ଚ୍ଚରୁ ଚାଲିବ ଶ୍ରୀ ରାମାୟଣ ଏକ୍ସପ୍ରେସ୍‌: ଟ୍ରେନ ଭିତରେ ଭଜନ-କୀର୍ତ୍ତନ କରିବେ ଯାତ୍ରୀ, ମିଳିବ ଅନେକ ସୁବିଧା

ନୂଆଦିଲ୍ଲୀ: ମହାକାଳ ଏକ୍ସପ୍ରେସ୍‌ ପରେ ଏବେ ଶ୍ରୀ ରାମାୟଣ ଏକ୍ସପ୍ରେସ ଟ୍ରେନ ପୁଣିଥରେ ଚାଲିବା ପାଇଁ ପ୍ରସ୍ତୁତ ହୋଇଛି। ଆଇଆରସିଟିସି(IRCTC)ର ଏହି ଟୁରିଷ୍ଟ ଟ୍ରେନ ଆସନ୍ତା ମାର୍ଚ୍ଚ ୨୮ ତାରିଖରୁ ଚାଲିବ। ଏହି ସିଜିନ୍‌ରେ ଚାଲିବାକୁ ଥିବା ଶ୍ରୀ ରାମାୟଣ ଏକ୍ସପ୍ରେସ ଟ୍ରେନରେ ଅନେକ ଖାସ୍‌ ଜିନିଷ ଦେଖିବାକୁ ମିଳିବ। ଏହା ବ୍ୟତୀତ ଟ୍ରେନ ଡବା ଭିତରେ ଭିନାଇଲରେ ରାମଙ୍କ ପୁରା ଜୀବନ ଯାତ୍ରା ସମ୍ପର୍କରେ ଚିତ୍ରିତ କରାଯାଇଛି। ସେହିଭଳି ଟ୍ରେନ ଭିତରେ ଭଜନ-କିର୍ତ୍ତନ ଏବଂ ଭକ୍ତିମୟ ପରିବେଶ ଦେଖିବାକୁ ପାଇପାରିବେ। ଏହାବ୍ୟତୀତ ବିଭିନ୍ନ ଦେଶର ଲୋକମାନେ ନିଜ ଇଛା ଅନୁସାରେ ଯାତ୍ରା କରିବାର ସୁବିଧା ମଧ୍ୟ ରହିଛି। ଏହି ଟ୍ରେନ ଯାତ୍ରା ଆସନ୍ତା ୧୬ ରାତି ଏବଂ ୧୭ ଦିନରେ ହେବ। ସୂଚନା ମୁତାବକ ଏହି ଟ୍ରେନ ପ୍ରଭୁ ଶ୍ରୀରାମଙ୍କ ସହ ଜହିତ ବିଭିନ୍ନ ସ୍ଥାନ ଦର୍ଶନ କରାଇବ।

ଜାଣନ୍ତୁ କେଉଁ କେଉଁ ସ୍ଥାନ କରିପାରିବେ ଦର୍ଶନ:

shriramayanexpress-ଅଯୋଧ୍ୟାରେ ରାମ ଜନ୍ମଭୂମି ଏବଂ ହନୁମାନ ଗଢୀ

-ନନ୍ଦୀ ଗ୍ରାମର ଭାରତ ମନ୍ଦିର

-ସୀତାଗଢୀର ସୀତା ମାତା ମନ୍ଦିର

-ନେପାଳର ଜନକପୁର

-ବାରାଣସୀର ତୁଳସୀ ମାନସ ମନ୍ଦିର ଏବଂ ସଂକଟ ମୋଚନ ମନ୍ଦିର

-ପ୍ରୟାଗର ତ୍ରିବେଣୀ ସଂଗମ, ହନୁମାନ ମନ୍ଦିର ଏବଂ ଭରଦ୍ୱାଜ୍‌ ଆଶ୍ରମ

-ଶୃଗେଓ୍ଵରପୁର ଶୃଙ୍ଗି ଋଷି ମନ୍ଦିର

-ଚିତ୍ରକୁଟର ରାମଘାଟ ଏବଂ ସତି ଅନୁସୟା ମନ୍ଦିର

-ନାସିକର ପଞ୍ଚବଟୀ

-ହଂପୀ ଏବଂ ରାମେଶ୍ୱର ମଧ୍ୟ ଯାତ୍ରା କରିପାରିବେ।

ramayanaବିଶେଷତ୍ୱ:

ଏହି ଯାତ୍ରାରେ ଯାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ଶାକାହାରୀ ଖାଦ୍ୟ, ହୋଟେଲ, ଧର୍ମଶାଳା ଏବଂ ପାଖାପାଖି ସ୍ଥାନ ବୁଲିବା ପାଇଁ ମସ୍‌ ସେବା ମଧ୍ୟ ମିଳିବ। ଏହି ଯାତ୍ରା ପାଇଁ ସ୍ଲିପର୍‌ କ୍ଲାସରେ ୩୬୦ ଟି ସିଟ୍‌ ରହିଛି। ଏଥିପାଇଁ ଜଣେ ବ୍ୟକ୍ତିଙ୍କୁ ୧୬୦୬୫ ଟଙ୍କା ଦେବାକୁ ପଡିବ। ସେହିଭଳି ଏସି କ୍ଲାସ ଏସି-୩ରେ ୩୩୦ଟି ସିଟ୍‌ ରହିଛି। ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୨୬୭୭୫ ଟଙ୍କା ଦେବାକୁ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.