ନିଶା ବିରୋଧରେ ମହାଭିଯାନ, ଏକାଠି ହେଲେ ୭ଟି ରାଜ୍ୟ

ଚଣ୍ଡିଗଡ଼ : ନିଶା ବିରୋଧରେ ମିଳିତ ମହାଭିଯାନ । ୭ଟି ରାଜ ଏକାଠି ହେଲେ ଓ ଗଢ଼ିବେ ‘ୱାର ରୁମ୍’ । ଏହି ରାଜ୍ୟ ସବୁ ହେଲେ ହରିଆଣା, ପଞ୍ଜାବ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ରାଜସ୍ଥାନ ଏବଂ ଦିଲ୍ଲୀ ଓ ଚଣ୍ଡିଗଡ଼ । ପରବର୍ତ୍ତୀ ସମୟରେ ଜମ୍ମୁ କାଶ୍ମୀର ଓ ଉତ୍ତର ପ୍ରଦେଶକୁ ମଧ୍ୟ ଏଥିରେ ସାମିଲ କରାଯିବ । ନିଶା ରାକ୍ଷସ ଏବଂ ନିଶା ବେପାରୀଙ୍କ ବିରୋଧରେ ହେବ ଏଇ ବଡ଼ ଧରଣର ଯୁଦ୍ଧ । ୱରରୁମ୍ ଗଠନ କରି ବିଧିବଦ୍ଧ ଯୋଜନା ସହିତ ଲଢ଼େଇ କରିବେ । ଚଣ୍ଡିଗଡ଼ ନିକଟ ପଞ୍ଚକୁଲାରେ ଖୋଲିବ ୱାରରୁମ୍ । ଆଜି ଚଣ୍ଡିଗଡ଼ରେ ବସିଥିବା ଏ ସମ୍ପର୍କିତ ବୈଠକରେ ୭ଟି ରାଜ୍ୟର ମୁଖମନ୍ତ୍ରୀ ପ୍ରାୟ ଅଢ଼େଇ ଘଣ୍ଟା ଧରି ଆଲୋଚନା କରିଥିଲେ ।

Leave A Reply

Your email address will not be published.