Below header

ସାଉଦିଆରବରେ ଫସିଛନ୍ତି ୧୪ ଶ୍ରମିକ : ପାରିଶ୍ରମିକ ବଦଳରେ ମିଳୁଛି ନିର୍ୟାତନା

ଗଜାଂମ(କେନ୍ୟୁଜ୍) : ଅଧିକ ରୋଜଗାର ଆଶାରେ ବିଦେଶ ଯାଇଥିଲେ ହେଲେ ଏବେ ସେଠାରେ ଫସି ଯାଇଛନ୍ତି। ନା ପାରିଶ୍ରମିକ ପାଉଛନ୍ତି ନା ସେଠୁ ମୁକୁଳି ପାରୁଛନ୍ତି । ସାଉଦିଆରବରେ ନିର୍ୟାତନାର ଶିକାର ହୋଇଛନ୍ତି ଗଂଜାମ ଖଲିକୋଟ ଅଞ୍ଚଳର ୧୪ ଜଣ ଶ୍ରମିକ।

ବିଶାଖାପାଟଣାର ଏକ ସଂସ୍ଥା ଜରିଆରେ ଏମାନେ ସାଉଦିଆରବ ଯାଇଥିଲେ । ହେଲେ ସେଠାରେ ଭୋକ ଉପାସରେ ଦିନ କାଟୁଛନ୍ତି । ଗତ ଏକ ମାସ ହେବ ଏମାନେ ନିର୍ୟାତନାର ଶିକାର ହୋବ ପରେ କୌଣସି ବାଟ ନପାଇ ସୋସିଆଲ ମିଡିଆରେ ନିଜ ଦୁଃଖର କାହାଣୀ ଜଣାଇଛନ୍ତି । ଏ ସଂପର୍କରେ ଜାଣିବା ପରେ ସଂପୃକ୍ତ ଶ୍ରମିକମାନଙ୍କ ପରିବାର ଲୋକେ ଚିନ୍ତିତ ହୋଇ ପଡ଼ିଛନ୍ତି । ଏମାନଙ୍କୁ ଫେରାଇ ଆଣିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଆହୁରୀ ପଢ଼ନ୍ତୁ : କୁନି ହାତରେ ବଡ଼ ଦାନ : ନିଜ ସାଇକେଲ୍ ପାଇଁ ସଂଚିତ ୯ହଜାର ଟଙ୍କା କେରଳକୁ ଦାନ କଲା ୯ବର୍ଷର ଝିଅ

ଅନ୍ୟପଟେ ଏହି ଶ୍ରମିକମାନେ ବାହାରକୁ ଯିବାବେଳେ ଶ୍ରମ ବିଭାଗରେ ପଞ୍ଜିକରଣ କରି ନଥିବା ଜଣାପଡ଼ିଛି । ତେବେ ଖୁବଶୀଘ୍ର ଏମାନଙ୍କୁ ଫେରାଇ ଆଣିବାକୁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ସ୍ଥାନୀୟ ବିଧାୟକ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.