Below header

ଆଜି ବସିବ ଆରବିଆଇର କେନ୍ଦ୍ରୀୟ ବୋର୍ଡ ବୈଠକ , ବୋର୍ଡ ସଦସ୍ୟଙ୍କୁ ଉଦବୋଧନ ଦେବେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ

ଦିଲ୍ଲୀ(କେନ୍ୟୁଜ୍) : ଆଜି ବସିବ ଭାରତୀୟ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡ ବୈଠକ। ବଜେଟ ପରବର୍ତ୍ତୀ ବସୁଥିବା ଏହି ବୈଠକରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଯୋଗଦେଇ ସଦସ୍ୟମାନଙ୍କୁ ଉଦବୋଧନ ଦେବେ। ଅନ୍ତରୀଣ ବଜେଟରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସଦସ୍ୟମାନଙ୍କୁ ଅବଗତ କରାଇବେ।

RBI BANKରିଜର୍ଭ ବ୍ୟାଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବାକୁ ଥିବା ଅନ୍ତରୀଣ ଲାଭାଶଂ ସଂପର୍କରେ ବୈଠକରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ରିଜର୍ଭ ବ୍ୟାଙ୍କର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଆରବିଆଇ ଠାରୁ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୨୮ହଜାର କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ପାଇବା ଆଶା ରଖିଛନ୍ତି। ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ମିଶାଇ ୧୮ଜଣ ସଦସ୍ୟ ରହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.