ପୁଲୱାମାରେ ପୁଣି ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ , ୪ ଯବାନ ସହିଦ

ଜମ୍ମୁକଶ୍ମୀର(କେନ୍ୟୁଜ୍) : ପୁଲୱାମାରେ ପୁଣି ୪ ଯବାନ ସହିଦ। ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷରେ ଜଣେ ମେଜରଙ୍କ ସମେତ ଚାରିଜଣ ଯବାନ ସହିଦ ହୋଇଛନ୍ତି। ଆଜି ସକାଳୁ ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲା ପିଙ୍ଗଲିନା ଠାରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପିଙ୍ଗଲିନର ଏକ ଘରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସଂପୃକ୍ତ ଅଞ୍ଚଳକୁ ସେନା ପକ୍ଷରୁ ଘେରାବନ୍ଦୀ କରାଯାଇଥିଲା। ସେନାବାହିନୀ ୨ରୁ ୩ଜଣ ଆତଙ୍କବାଦୀଙ୍କୁ ଘେରି ରହିଛନ୍ତି। ଲୁଚି ରହିଥିବା ଆତଙ୍କବାଦୀ ଜୈସ ଏ ମହମ୍ମଦ ସଂଗଠନର ହୋଇଥିବା ଜଣାପଡ଼ିଛି। ପୁଲୱାମା ଅତର୍କିତ ଆକ୍ରମଣ କରିଥିବା ଆତଙ୍କବାଦୀ ଆଦିଲର ଏମାନେ ସହଯୋଗୀ ବୋଲି କୁହାଯାଇଛି। ଉଭୟ ପକ୍ଷରୁ ପ୍ରବଳ ଗୁଳିଗୋଳା ବିନିମୟ ହୋଇଛି। ଏଥିରେ ମେଜରଙ୍କ ସହ ଚାରିଜଣ ଯବାନ ସହିଦ ହୋଇଛନ୍ତି। ଜଣେ ଆହତ ଯବାନଙ୍କୁ କଶ୍ମୀରର ଆର୍ମୀ ହସପିଟାଲରେ ଭର୍ତ୍ତି କରାଯାଇଛି। ପୁଲୱାମା ଆକ୍ରମଣସ୍ଥଳ ଠାରୁ ଏହା ୨ରୁ ୩ କିମି ଦୂରରେ ଘଟିଥିବା କୁହାଯାଇଛି। ପୁଲୱାମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଛି। ମୋବାଇଲ ଓ ଇଣ୍ଟରନେଟ ସେବାକୁ ମଧ୍ୟ ବନ୍ଦ କରିଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.