Below header

କଟକ ବଜ୍ରକବାଟୀର ଏକ ସପିଂ ମଲରେ ଅଭାବନୀୟ ଘଟଣା , ପ୍ରେମିକାର ତଣ୍ଟି କାଟିଲା ପ୍ରେମିକ

କଟକ(କେନ୍ୟୁଜ୍) : ଏକ ତରଫା ପ୍ରେମର କରୁଣ ପରିଣତି । କଟକରେ ପ୍ରେମିକାର ତଣ୍ଟି କାଟିଲା ପ୍ରେମିକ । ଗତକାଲି ଜନଗହଳିପୂର୍ଣ୍ଣ ବଜ୍ରକବାଟୀର ଏକ ସପିଂ ମଲରେ ଏଭଳି ଘଟଣା ଘଟିଛି । ଯୁବତୀ ଜଣକ ସପିଂ ମଲରେ କାମ କରୁଥିଲେ । ଏହି ସମୟରେ ଯୁବକ ଯଣକ ମଲକୁ ହଠାତ ପସି ଯୁବତୀଙ୍କୁ ଗାଳିଗୁଲଜ କରିଥିଲେ । ଏହାପରେ ବ୍ଲେଡ ଓ କାଚରେ ଯୁବତୀଙ୍କ ତଣ୍ଟି କାଟିଥିଲେ । ସ୍ଥାନୀୟ ଲୋକ ଯୁବକଙ୍କୁ କାବୁ କରିବା ସହ ପ୍ରବଳ ମାଡ ମାରିଥିଲେ । ଏହା ପରେ ଘଟଣାସ୍ଥଳରେ ବାଦାମବାଡି ପୋଲିସ ପହଞ୍ଚି ଯୁବକଙ୍କୁ ଗିରଫ କରଥିଲା । ଏପଟେ ଆହତ ଯୁବତୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଏକ ତରଫା ପ୍ରେମକୁ ନେଇ ଏହି ଘଟଣା ଘଟିଥିବା କୁହାଯାଉଛି । ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.