ଆଜି ୧୨ ଘଣ୍ଟା ବନ୍ଦ ରହିବ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ , ଭାରତୀୟ ବ୍ୟବସାୟୀ ମହାସଂଘର ଡାକାର

ଭୁବନେଶ୍ବର(କେନ୍ୟୁଜ୍) : ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପ୍ରତିବାଦ । ଭାରତ ବନ୍ଦକୁ ସମର୍ଥନ କରି ଆଜି ଓଡ଼ିଶାରେ ବନ୍ଦ ରହିବ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର‌୍ୟ୍ୟନ୍ତ ବନ୍ଦ ରହିବ ସମସ୍ତ ଦୋକାନ ବଜାର । ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହାକୁ ସମର୍ଥନ ଜଣାଇଛି ଓଡ଼ିଶା ବ୍ୟବସାୟୀ ମହାସଂଘ । ଆତଙ୍କବାଦକୁ ସରକାର ଦୃଢ ହସ୍ତରେ ଦମନ କରିବା ଦରକରା ବୋଲି ମହାସଂଘ ପକ୍ଷରୁ କୁହାଯାଇଛି। ବନ୍ଦ ନେଇ ସୂଚନା ଦେଇଛନ୍ତି ଓଡ଼ିଶା ବ୍ୟବସାୟିକ ମାହାସଂଘର ସାଧାରଣ ସଂପାଦକ ସୁଧାକର ପଣ୍ଡା । ସେହିପରି କଟକରେ ଅଟୋ ଚଳାଚଳ ବନ୍ଦ ରହିବ । ଏ ନେଇ ଅଟୋ ମହାସଂଘ ପକ୍ଷରୁ କୁହାଯାଇଛି ।

AUTOସେପଟେ ଭାରତୀୟ ବ୍ୟବସାୟୀସଂଘର ବନ୍ଦକୁ ସମର୍ଥନ କରିଛି ଭୁବନେଶ୍ୱର ସେଣ୍ଟ୍ରାଲ ମାର୍କେଟ ବିଲଡିଂ ବ୍ୟବସାୟୀ ସଂଘ । ସକାଳରୁ ସଂଧ୍ୟା ଯାଏ ବନ୍ଦ ରହିବ ବୋଲି କହିଛନ୍ତି ସଂଘ ସଂପାଦକ ସୂଚନା ଦେଇଛନ୍ତି । ଆତଙ୍କବାଦ ଓ ପାକିସ୍ଥାନ ଉପରେ କଡା ପଦକ୍ଷେପ ନେବାକୁ ଦାବି ହୋଇଛି ।

 

Leave A Reply

Your email address will not be published.