Below header

ଦିଲ୍ଲୀର ପଟପଡଗଞ୍ଜ ଅଞ୍ଚଳରେ ଥିବା ଏକ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ପୁଣି ଦିଲ୍ଲୀରେ ଅଗ୍ନିକାଣ୍ଡ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ପୂର୍ବ ଦିଲ୍ଲୀର ପଟପଡଗଞ୍ଜ ଅଞ୍ଚଳରେ ଥିବା ଏକ ଫ୍ୟାକ୍ଟ୍ରିରେ ଏହି ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଘଟଣାସ୍ଥଳରେ ୩୫ଟି ଦମକଳ ଗାଡି ନିୟୋଜିତ ହୋଇଛନ୍ତି । ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରହିଛି । ତେବେ ଗତ ମାସେ ଭିତରେ ଦିଲ୍ଲୀରେ ଏମିତି ଅନେକ ଘଟଣା ଘଟିସାରିଲାଣି ଯେଉଁଥିରେ ପାଖାପାଖି ୪୫ ଜଣଙ୍କର  ମୃତ୍ୟୁ ହୋଇସାରିଛି ।

 ସୂଚନା ଅନୁସାରେ ପଟପଡଗଞ୍ଜ ଏକ ଇଣ୍ଡଷ୍ଟ୍ରିଆଲ ଅଞ୍ଚଳ । ଏଠାରେ ଅନେକ ଉଦ୍ୟୋଗ ରହିଥିବା ବେଳେ ହଜାର ହଜାର ଲୋକ କାମ କରନ୍ତି । ତେବେ ହଠାତ୍‌ କାହିଁକି ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.