Below header

ଆସାମରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ, ୪୭ଟି ଆସନ ପାଇଁ ଆଜି ମତସାବ୍ୟସ୍ତ କରୁଛନ୍ତି ଭୋଟର

ଆସାମ : ଆଜି ଆସାମ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ । ମୋଟ ୧୨୬ ଆସନ ମଧ୍ୟରୁ ୪୭ଟି ଆସନ ପାଇଁ ଆଜି ମତସାବ୍ୟସ୍ତ କରିବେ ଭୋଟର । ସକାଳ ୮ଟାରେ ଭୋଟିଂ ଆରମ୍ଭ ହୋଇ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । କୋଭିଡ ଗାଇଡ୍‌ ଲାଇନ୍‌ ସହ ମତଦାନ ସାବ୍ୟସ୍ତ କରିବେ ଭୋଟର । ପ୍ରତି ବୁଥରେ ଭୋଟର ସଂଖ୍ୟା ୧ ହଜାରରେ ସୀମିତ ରଖାଯାଇଛି । ବୁଥ୍‌ ସଂଖ୍ୟା ବଢ଼ାଯାଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

୧୨ଟି ଜିଲ୍ଲାର ୪୭ଟି ଆସନରେ ଭୋଟ ଗ୍ରହଣ ହେବ । ପ୍ରଥମ ପର୍ଯ୍ୟାୟରେ ମୈଦାନରେ ଅଛନ୍ତି ୨୬୪ ପ୍ରାର୍ଥୀ । ପ୍ରଥମ ପର୍ଯ୍ୟାୟରେ ୧୧ ହଜାର ୫୩୭ ପୋଲିଂ ଷ୍ଟେସନ୍‌ରେ ମତଦାନ ସାବ୍ୟସ୍ତ କରିବେ ୮୧ ଲକ୍ଷ ଭୋଟର । ପ୍ରଥମ ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀଙ୍କ ଭିତରେ ଅଛନ୍ତି ବିଜେପିର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ଵାଲ, ଆସାମ ବାଚସ୍ପତି ହିତେନ୍ଦ୍ରନାଥ ଗୋସ୍ୱାମୀ, ରଞ୍ଜିତ ଦତ୍ତ, ନବ କୁମାର ଡୋଲେ ଓ ସଂଜୟ କିଷାନ । ଆସାମ ଗଣ ପରିଷଦ ପ୍ରାର୍ଥୀ ଅତୁଲ ବୋରା ଓ କେଶବ ମହାନ୍ତ ।

କଂଗ୍ରେସ ଦଳର ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ଆସାମ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ରିପୁନ ବୋରା, ଦେବବ୍ରତ ସାଇକିଆ, ଦଳର ସଂପାଦକ ଭୂପେନ ବୋରା, ପ୍ରଣତୀ ପୁଖନ ଓ ରବିକୁଳ ହୁସେନ୍‌ । ଆସାମ ଜାତୀୟ ପରିଷଦ – AJP ପ୍ରାର୍ଥୀଙ୍କ ଭିତରେ ଅଛନ୍ତି ଦଳ ମୁଖ୍ୟ ଲୁରିନ୍‌ଜ୍ୟୋତି ଗୋଗୋଇ ଓ ଅଖିଲ ଗୋଗୋଇ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.