କେନ୍ଦୁଝର: ଜଳିଗଲା ଲକ୍ଷାଧିକ ଟଙ୍କାର କାଜୁ ଜଙ୍ଗଲ, ଚିନ୍ତାରେ ଚାଷୀ

କେନ୍ଦୁଝର: ଜଳିଗଲା କାଜୁ ଜଙ୍ଗଲ। ଲକ୍ଷାଧିକ ଟଙ୍କାର କାଜୁ ସହ କାଜୁ ବଗିଚା ପୋଡି ପାଉଁଶ । ଏବେ କାଜୁ ଚାଷୀ ହତାଶ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଈ ବ୍ଲକ ଅନ୍ତର୍ଗତ ଭୀମକାଣ୍ଡ ପଞ୍ଚାୟତର ଡିମିରି ମୁଣ୍ଡା ଗାଁରେ। ଆଜି କୌଣସି କାରଣରୁ କାଜୁ ବଗିଚାଟି ସମ୍ପୂର୍ଣ୍ଣ ଜାଳି ଯାଉଥିବା ବେଳେ ପ୍ରଥମେ ଏନେଇ କିଛି ଖବର ପାଇ ପାରି ଥିଲେ ଚାଷୀ।

ସେହି ରାସ୍ତାରେ ଯାଉଥିବା ଉଦ୍ୟନବିତ୍ତ ଯୁଧିଷ୍ଠିର ପ୍ରଧାନ ଓ ଅନ୍ଯ ଜଣେ ତାଙ୍କୁ ଖବର ଦେଲେ ସତ ହେଲେ ସେତେ ବେଳକୁ କାଜୁ ଚାଷୀଙ୍କ ଫଳିଥିବା ସୁନାର ଫସଲ ପୋଡି ପାଉଁଶ ହୋଇଯାଇଥିଲା । ଯାହାକି ବର୍ଷକ ପାଇଁ ନୁହଁ ବରଂ ୩ ବର୍ଷ ମଧ୍ୟରେ ଏହାର କ୍ଷତି ଭରଣ କରିବା କଷ୍ଟ ସାଧ୍ୟ।

ଏ ନେଇ ତେଲକୋଈ ବନାଞ୍ଚଳ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି କି, ବର୍ତମାନ ମହୁଲ ଗୋଟାଉ ଥିବା କାରଣ ରୁ ମହୁଲ ଗଛ ତଳେ ନିଆଁ ଲଗାଇ ଦେଉଛନ୍ତି। ଯାହାକି କେତେବେଳେ କାଜୁ ଆମ୍ବ ବଗିଚା କୁ ନଷ୍ଟ କରି ପକାଉଛି ତ କେତେବେଳେ ସଂରକ୍ଷିତ ଜଙ୍ଗଲ ପୋଡି ପାଉଁଶ ହୋଇ ଯାଉଛି । ଏପରି ସ୍ଥଳେ ଆସନ୍ତା ଦିନରେ ଏ ସବୁ ବଗିଚାର ଜିପିଏସ ନିଆ ଯିବ ଓ ଜଙ୍ଗଲ ରେ ହେଉ କିମ୍ବା ବଗିଚାରେ ନିଆଁ ଲାଗିବା ପୂର୍ବରୁ ଫାୟାର ଲାଇନ କରାଯିବା ବ୍ଯବସ୍ଥା ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.