Below header

ଧୂଆଁ ନେଇଗଲା ଜୀବନ, ଗୋଟିଏ ପରିବାରର ୫ ମୃତ

କୋଇଲା ଧୂଆଁ ଉଜାଡ଼ି ଦେଲା ଗୋଟିଏ ପରିବାର । ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୫ ଜଣଙ୍କ ଜୀବନ । ୨ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଏଭଳି ଦୁଃଖଦ ଘଟଣା ଉତ୍ତରପ୍ରଦେଶର ଅମରୋହା ଅଞ୍ଚଳରେ ।

ଉତ୍ତରପ୍ରଦେଶ : କୋଇଲା ଧୂଆଁ ଉଜାଡ଼ି ଦେଲା ଗୋଟିଏ ପରିବାର । ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୫ ଜଣଙ୍କ ଜୀବନ। ୨ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଏଭଳି ଦୁଃଖଦ ଘଟଣା ଉତ୍ତରପ୍ରଦେଶର ଅମରୋହା ଅଞ୍ଚଳରେ ।

ଶୀତ କରୁଥିଲା କଲବଲ । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଘରେ କୋଇଲା ଜଳାଇ ଶୋଇଥିବା ବେଳେ କୋଇଲାରୁ ନିର୍ଗତ କ୍ଷତିକାରକ ଧୂଆଁରେ ତାଙ୍କୁ ନିଶ୍ୱାସ ନେବାକୁ କଷ୍ଟ ହୋଇଥିଲା। କିଛି ସମୟ ମଧ୍ୟରେ ଜଣକ ପରେ ଜଣେ ମୃତ୍ୟୁବରଣ କରିଥିଲେ ।

ସୁଚନା ମୁତାବିକ୍‌, ଉତ୍ତରପ୍ରଦେଶ ଅମରୋହା ଜିଲ୍ଲାର ସୈଦନଗଳି ଥାନା ଅନ୍ତର୍ଗତ ଅଲ୍ଲୀପୁର ଗାଁର ବାସିନ୍ଦା ରହିସୁଦ୍ଦିନଙ୍କ ପରିବାର ଲୋକେ ଶୀତ ଅଧିକା ପଡ଼ିବାରୁ ଘରେ କୋଇଲା ଜାଳି ଶୋଇଥିଲେ । ହେଲେ ରାତି ପାହି ସକାଳ ହୋଇଥିଲା କିନ୍ତୁ ପରିବାରର ଜଣେ ବି ସଦସ୍ୟ ଘରୁ ବାହାରକୁ ବାହାରି ନଥିଲେ। ଫଳରେ ପାଖ ପଡ଼ୋଶୀଙ୍କର ସନ୍ଦେହ ହୋଇଥିଲା ଯାହା ଫଳରେ ସେମାନେ ଘର ନିକଟକୁ ଯାଇ କବାଟ ଭାଙ୍ଗି ଦେଖିଥିଲେ । ଦେଖିଲା ବେଳକୁ ପୂରା ପରିବାର ମୃତାବସ୍ଥାରେ ଏଠି ସେଠି ପଡ଼ିରହିଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଅବସ୍ଥାରେ ଥିଲେ । ତେବେ ଏହି ମୃତକଙ୍କ ମଧ୍ୟରେ ଶିଶୁ ମଧ୍ୟ ରହିଛନ୍ତି ।

ପଡ଼ୋଶୀମାନେ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନେଇଥିଲେ ଡାକ୍ତର ୫ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ୨ଜଣ ଗୁରତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଏହା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଅଧିକ ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.