ସମୁଦ୍ରରେ ବାପାଙ୍କ ସହ ମସ୍ତି କରୁଥିଲା ପୁଅ, ଅଚାନକ ତଳୁ ଆସିଲା ଏକ ସାର୍କ ଆଉ ତାପରେ.. ଦେଖନ୍ତୁ ଭିଡିଓ

ଫ୍ଲୋରିଡ଼ାର ନ୍ୟୁ ସିମିର୍ନା ବୀଚ । ଏଠାରେ ଘଟିଛି ଏପରି ଏକ ଘଟଣା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରଖିଦେଇଛି । ଏଠାରେ ଜଣେ ୭ ବର୍ଷର ପିଲା ସର୍ଫବୋର୍ଡରେ ସର୍ଫିଙ୍ଗ କରୁଥିବା ସମୟରେ ଅଚାନକ ତଳୁ ଏକ ବ୍ଲେକାଟିପ ସାର୍କ ଆସିଯାଇଥିଲା । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓ ଅତି ଦ୍ରୁତ ଗତିରେ ଭାଇରଲ ହେବାରେ ଲାଗିଛି । ୱିକେଣ୍ଡକୁ ଉପଭୋଗ କରିବା ପାଇଁ ନିଜ ପିତାଙ୍କ ସହ ସର୍ଫିଙ୍ଗ କରିବାକୁ ଯାଇଥିବା ରୋଣ୍ଡଲର ମୁରେଙ୍କ ସହ ଘଟିଥିଲା ଏଭଳି ଏକ ଘଟଣା ।

‘video courtesy INSIDE EDITION’

ସୂଚନା ଅନୁଯାୟୀ ରୋଣ୍ଡଲର ଯେତେବେଳେ ସର୍ଫବୋର୍ଡ ଉପରେ ଠିଆ ହୋଇଥିଲେ ଠିକ ସେହି ସମୟରେ ତଳୁ ଏକ ସାର୍କ ଆସି ତାଙ୍କ ବୋର୍ଡ ଉପରେ ଚଢ଼ିଯାଇଥିଲା । ରୋଣ୍ଡଲରଙ୍କ ସର୍ଫବୋର୍ଡ ଉପରେ ଏକ ଗୋପ୍ରୋ କ୍ୟାମେରା ମଧ୍ୟ ଲଗାଯାଇଥିଲା । ଯେତେବେଳେ ପିତା ଓ ପୁତ୍ର ମିଶି ସେହି କ୍ୟାମେରାର ଭିଡିଓ କ୍ଲିପ ଚେକ କରିଥିଲେ ସେତେବେଳେ ସେ ଦେଖିବାକୁ ପାଇଥିଲେ ଯେ ସାର୍କଟି ପିଲା ଉପରେ ଆଟାକ କରିବା ଉଦ୍ଦେଶ୍ୟରେ ସର୍ଫବୋର୍ଡ ଉପରେ ଚଢ଼ିଥିଲା । ତେବେ ସାର୍କଟି ଉପରକୁ ଆସିବା ମାତ୍ରେ ହିଁ ତୁରନ୍ତ ତଳକୁ ପଳାଇ ଯାଇଥିଲା । ଯଦି ସେହି ସମୟରେ ରୋଣ୍ଡଲର ସର୍ଫବୋର୍ଡ ଉପରେ ରହିଥାନ୍ତେ ତାହେଲେ ସେ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇପାରିଥାନ୍ତେ ।

ଏହାସହ ପଢ଼ନ୍ତୁ ମେଡିକାଲ ସାଇନ୍ସର ଚମତ୍କାର,ଏଣିକି ଜୀବିତ ବ୍ୟକ୍ତିଙ୍କଠାରେ ପ୍ରତିରୋପଣ କରାଯାଇ ପାରିବ ମୃତ ବ୍ୟକ୍ତିଙ୍କ ହାର୍ଟ

ତେବେ ରୋଣ୍ଡଲରଙ୍କ ପିତାଙ୍କ କହିବା ଅନୁଯାୟୀ ତାଙ୍କ ପୁଅ ଚାରି ବର୍ଷ ବୟସରୁ ସର୍ଫିଙ୍ଗ କରିଆସୁଛନ୍ତି କିନ୍ତୁ କେବେବି ଏପରି ଘଟଣା ଘଟିନଥିଲା । ପ୍ରଥମଥର ପାଇଁ ସାର୍କ ଏଭଳି ଉପରକୁ ଆସିଛି ତେବେ ନ୍ୟୁ ସିମିର୍ନା ବୀଚକୁ ସାର୍କଙ୍କ କ୍ୟାପିଟାଲ ବୋଲି କୁହାଯାଇଥାଏ । ଏଠାରେ ସବୁଠାରୁ ଅଧିକ ସାର୍କ ଦେଖାଯାଇଥାନ୍ତି ସେଥିପାଇଁ ଏଠାରେ ସବୁଠାରୁ ଅଧିକ ସିକ୍ୟୁରିଟି ରହିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.