Below header

ଯୋଗୀ ରାଜ୍ୟରେ ପୁଷ୍ପ ବର୍ଷା : ବୋଲବମ୍‌ ଭକ୍ତଙ୍କ ଉପରେ ହେଲିକପ୍ଟରରୁ ପଡ଼ିଲା ଫୁଲ

ବୋଲବମ୍‌ ଭକ୍ତଙ୍କ ଉପରେ ଆକାଶରୁ ଫୁଲ ବର୍ଷା କରିବା ଲାଗି ଉତ୍ତର ପ୍ରଦେଶ ସରକାର ୧୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ହେଲିକପ୍ଟରରୁ ଏହି ଭକ୍ତମାନଙ୍କ ଉପରେ ଫୁଲ ପକା ଯାଇଛି । ରାଜ୍ୟ ଗୃହ ବିଭାଗ ଦେଇଥିବା ଏକ ଚିଠିରେ ଶ୍ରାବଣ ସୋମବାରରେ ଶିବଲିଙ୍ଗକୁ ଜଳାଭିଷେକ ପାଇଁ ଆସୁଥିବା ବୋଲବମ୍‌ ଭକ୍ତଙ୍କ ଉପରେ ନଜର ରଖିବା ତଥା ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବାକୁ ହେଲିକପ୍ଟର ବ୍ୟବସ୍ଥା କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ହେଲିକପ୍ଟର ଭଡ଼ା ବାବଦକୁ ଖର୍ଚ୍ଚ ହେଲା ୧୪ ଲକ୍ଷ ୩୧ ହଜାର ଟଙ୍କା । ବାକି ଟଙ୍କା ବ୍ୟୟ ହୋଇଛି ଭକ୍ତଙ୍କ ଉପରେ ଫୁଲ ବର୍ଷା କରିବା ବାବଦରେ । ଗତ ଦୁଇ ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫଟୋରେ ଦେଖା ଯାଇଛି ଯେ ବରିଷ୍ଠ ପୋଲିସ୍‌ ଅଧିକାରୀ ହେଲିକପ୍ଟରରେ ବସି ବୋଲବମ୍‌ ଭକ୍ତଙ୍କ ଉପରେ ଫୁଲ ପକାଉଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସବୁଠୁ ମଜା କଥା ହେଉଛି ଖବର ପ୍ରଚାରିତ ହେବା ପରେ ଉତ୍ତର ପ୍ରଦେଶ ପୋଲିସ୍‌ ବିଭାଗ କହିଛି ଭକ୍ତମାନଙ୍କୁ ଫୁଲ ଦେଇ ସ୍ୱାଗତ କରିବା ଆମର ପରମ୍ପରା । ଏଥିରେ କିଛି ନିୟମ ଉଲ୍ଲଂଘନ ହୋଇନାହିଁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.