ଭାରତରେ ଚୀନ୍‌ ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ୟି, କାଲି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଭେଟିବେ

କେନ୍ୟୁଜ୍(ବ୍ୟୁରୋ): ଭାରତରେ ଚୀନ୍‌ ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ୟି । ଦୁଇ ବର୍ଷ ପରେ ଚୀନ୍‌ର କୌଣସି ଉଚ୍ଚସ୍ତରୀୟ ପ୍ରତିନିଧି ଭାରତ ଆସିଛନ୍ତି । ଲଦାଖରେ ଭାରତ-ଚୀନ୍‌ ମୁହାଁମୁହିଁ ହେବା ପରେ ଚୀନ୍‌ର କୌଣସି ଉଚ୍ଚସ୍ତରୀୟ ପ୍ରତିନିଧି ଭାରତ ଆସିନଥିଲେ । ଆଜି ନୂଆ ଦିଲ୍ଲୀରେ ପହଞ୍ଚିଛନ୍ତି ଓ୍ଵାଙ୍ଗା ୟି । ଆସନ୍ତାକାଲି ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଭେଟିବେ । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ମଧ୍ୟ ଭେଟିବା କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ଶେଷ ଆଡ଼କୁ ବେଜିଂରେ ହେବାକୁ ଥିବା ବ୍ରିକ୍‌ସ୍‌ ସମ୍ମିଳନୀକୁ ମୋଦିଙ୍କୁ ନିମନ୍ତ୍ରଣ କରିପାରନ୍ତି ଚୀନ୍‌ ବୈଦେଶିକ ମନ୍ତ୍ରୀ ।

ଭାରତ ସହ ଆଉ ଥରେ ସୁସମ୍ପର୍କ ବଢ଼ାଇବା ଲକ୍ଷ୍ୟରେ ଓ୍ଵାଙ୍ଗ ୟି ଭାରତ ଆସୁଥିବା ସୂଚନା ରହିଛି । ତାଙ୍କ ଭାରତ ଗସ୍ତ ନେଇ ଶେଷ ସମୟ ପର୍ଯ୍ୟନ୍ତ ନୂଆଦିଲ୍ଲୀ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିଲା । ଚୀନ୍‌ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତ ଦୁଇ ଦେଶ ମଧ୍ୟରେ ସଂପର୍କରେ ସୁଧାର ଆଣିବ ବୋଲି କୁହାଯାଉଛି । ୨୦୨୦ରେ ପୂର୍ବ ଲଦାଖରେ ଭାରତ ଓ ଚୀନ୍‌ ଯବାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଦୁଇ ଦେଶର ସଂପର୍କରେ ତିକ୍ତତା ଆସିଥିଲା । ସବୁଠୁ କଡ଼ କଥା ହେଲା ନିକଟରେ ପାକିସ୍ତାନରେ ଏକ ବୈଠକରେ କାଶ୍ମୀର ପ୍ରସଙ୍ଗରେ ଟିପ୍ପଣୀ ରଖିଥିଲେ ଓ୍ଵାଙ୍ଗ ୟି । ଏହାକୁ ତୀବ୍ର ସମାଲୋଚନା କରିଥିଲା ଭାରତର ବୈଦେଶିକ ମନ୍ତ୍ରାଳୟ । ଏହି ଘଟଣା ପରେ ଦୁଇ ଦିନିଆ ଦିଲ୍ଲୀ ଗସ୍ତ କରିଛି ଚୀନ୍‌ ବିଦେଶ ମନ୍ତ୍ରୀ ।

Leave A Reply

Your email address will not be published.