Below header

ସୁନା-ରୁପା ହଜିଗଲେ ଶୁଭ ଅଶୁଭ ଜାଣନ୍ତି କି, ଜାଣନ୍ତୁ କ’ଣ ହଜିଲେ ଶୁଭ ଓ କ’ଣ ହଜିଲେ ଅଶୁଭ

କୌଣସି ଧାତୁ ଦ୍ରବ୍ୟ ପାଇବା ବା ହଜିବା ଶୁଭ କିମ୍ବା ଅଶୁଭ ହୋଇଥାଏ ବୋଲି ଧର୍ମ ଗ୍ରନ୍ଥରେ କୁହାଯାଇଛି | ଶକୁନ ଶାସ୍ତ୍ରରେ ଏ ସମ୍ପର୍କରେ ବହୁତ କିଛି କୁହାଯାଇଛି | ଆସନ୍ତୁ ଜାଣିବା ସୁନା-ରୁପା ହଜିଲେ ଓ ପାଇଲେ କି ଶୁଭ କିମ୍ବା ଅଶୁଭ ହୋଇଥାଏ |

ସୁନା-ରୁପା ସମ୍ପର୍କୀତ ଶୁଭ -ଅଶୁଭ

ବୃହସ୍ପତି ଦେବଙ୍କ ସହ ସୁନାର ସମ୍ପର୍କ : ଜ୍ୟୋତିଷ ଶାସ୍ତ୍ରରେ ସୁନା ପାଇବା ବା ହଜିବାକୁ ଉଭୟକୁ ଅଶୁଭ ମନାଯାଇଥାଏ | ତେଣୁ ଘର ବାହାରେ ସୁନା କିମ୍ବା ରୁପା ପଡିଥିବା ମିଳିଲେ ଏହାକୁ ଉଠାଇ ଘରକୁ ଆଣିବା ଉଚିତ ନୁହେ ବୋଲି କୁହାଯାଇଛି | ବୃହସ୍ପତିଙ୍କ ସହ ସୁନାର ସମ୍ବନ୍ଧ ଥିବାରୁ ସୁନା ହଜିଲେ ଗୁରୁଙ୍କ ଅଶୁଭ ପ୍ରଭାବ ପଡିଥାଏ |

ସୁନା ମୁଦି : ସୁନା ମୁଦି ହଜିଲେ ଅଶୁଭ ହୋଇଥାଏ | ଏଥିପାଇଁ ସ୍ୱାସ୍ଥ୍ୟଗତ ଅସୁବିଧା ହୋଇଥାଏ |

ନାକ କିମ୍ବା କାନ ଗହଣା : ସଗୁନ ଶାସ୍ତ୍ର ଅନୁସାରେ ନାକ କିମ୍ବା କାନ ଗହଣା ହଜିଲେ ଅଶୁଭ ମନାଯାଇଥାଏ | ଏମିତି ହେଲେ ଭବିଷ୍ୟତରେ କିଛି ଅଶୁଭ ସୂଚନା ଦେଇଥାଏ | ସେହିପରି ନାକର ନଥ ହଜିଲେ ଅପମାନ ର ସାମ୍ନା କରିବାକୁ ପଡିଥାଏ |

ପାଉଁଜି ବା ପାୟଲ : ସଗୁନ ଶାସ୍ତ୍ର ଅନୁଯାଇ ଡାହାଣ ପାଦର ପାଉଁଜି ହଜିଲେ ପ୍ରତିଷ୍ଠା କମ ହେବାର ଇସାରା କରିଥାଏ | ସେହିପରି ବାମ ପାଦର ପାଉଁଜି ହଜିଲେ ଦୁର୍ଘଟଣାର ସଂକେତ ଦେଇଥାଏ |

କଙ୍ଗନ ବା ଚୁଡ଼ି : ସଗୁନ ଶାସ୍ତ୍ର ଅନୁଯାଇ କଙ୍ଗନ ହଜିଲେ ଅଶୁଭ ସୂଚନା ଦେଇଥାଏ | ଏହାଦ୍ୱାରା ମାନ ସମ୍ମାନ କମ ହୋଇଥାଏ |

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.