ଯୋଗୀଙ୍କ ଦ୍ୱିତୀୟ ଇନିଂସ: କାଲି ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

କେନ୍ୟୁଜ୍(ବ୍ୟୁରୋ): କାଲିଠୁ ଯୋଗୀଙ୍କ ଦ୍ୱିତୀୟ ଇନିଂସ । ଆଜି ଔପଚାରିକ ଭାବେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବଛାଯାଇଛି । ଉତ୍ତର ପ୍ରଦେଶ ବିଜେପି ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ ହୋଇଛନ୍ତି ଯୋଗୀ ଆଦିତ୍ୟନାଥ । କାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଯୋଗୀ ଆଦିତ୍ୟନାଥ । ଉତ୍ତର ପ୍ରଦେଶରେ ୩୫ ବର୍ଷ ଭିତରେ କୌଣସି ଦଳ କ୍ରମାଗତ ଦ୍ୱିତୀୟ ଥର ପାଇଁ ସଂଖ୍ୟା ଗରିଷ୍ଠତା ହାସଲ କରିନଥିଲା। ୪୦୩ ରୁ ୨୫୫ ସିଟ୍‌ ହାତେଇ ପୁଣି କ୍ଷମତାକୁ ଫେରିଛି ବିଜେପି ।

ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ରାଜ୍ୟପାଳ ଆନନ୍ଦୀ ବେନ୍‌ ପଟେଲଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି ଯୋଗୀ ଆଦିତ୍ୟନାଥ । କାଲି ଶପଥ ଗ୍ରହଣ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ଲକ୍ଷ୍ନୌରେ ପୋଷ୍ଟର ବ୍ୟାନର ଛାଇ ଯାଇଛି । ଶହଶହ ଅତିଥି ଯୋଗ ଦେବେ । ସେଥିପାଇଁ ବ୍ୟବସ୍ଥା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ସବରେ ସାମିଲ ହେବେ । ବହୁ ସଂଖ୍ୟାରେ ବଲିଉଡ୍‌ ଷ୍ଟାର ମଧ୍ୟ ଉପସ୍ଥିତ ରହିବେ । କଙ୍ଗନା ରଣାଓ୍ଵତ, ଅକ୍ଷୟ କୁମାର, ବୋନୀ କପୁର ପ୍ରମୁଖ ନିମନ୍ତ୍ରିତ ହୋଇଛନ୍ତି । ଫିଲ୍ମ କାଶ୍ମୀର ଫାଇଲ୍‌ସର ପୂରା ଟିମ୍‌ ନିମନ୍ତ୍ରିତ ହୋଇଛନ୍ତି । ଲକ୍ଷ୍ନୌ ଏକ୍‌ନା କ୍ରିକେଟ୍‌ ଷ୍ଟାଡିୟରେ ଅପରାହ୍‌ଣ ୪ଟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ।

Leave A Reply

Your email address will not be published.