ଚୈତ୍ର ଅମାବାସ୍ୟା କେବେ ? ଜାଣନ୍ତୁ କ’ଣ ରହିଛି ଚୈତ୍ର ଅମାବାସ୍ୟାରେ ସ୍ନାନ ତର୍ପଣ ର ମହତ୍ତ୍ୱ 

ସନାତନ ଧର୍ମରେ ଅମାବାସ୍ୟାର ବିଶେଷ ମହତ୍ୱ ଦିଆଯାଇଛି | ପ୍ରତ୍ୟକ ମାସରେ ଗୋଟିଏ ଲେଖାଏଁ ଅମାବାସ୍ୟା ପଡିଥାଏ | ଏବଂ ପ୍ରତ୍ୟେକ ଅମାବାସ୍ୟାର ଅଲଗା ଅଲଗା ମହତ୍ୱ ହୋଇଥାଏ | ଚୈତ୍ର ମାସରେ ପଡ଼ିବାକୁଥିବା ଅମାବାସ୍ୟାକୁ ଚିତ୍ର ଅମାବାସ୍ୟା ନାମରେ ଜାଣିଥାଉ | ଏହିଦିନ ସ୍ନାନ -ଦାନ ର ବିଶେଷ ମହତ୍ୱ ରହିଥାଏ | ଏତିକି ନୁହେଁ ,ଏ ଦିନରେ ପୂର୍ବ ପୁରୁଷଙ୍କୁ ତର୍ପଣ ବିଶେଷ ମହତ୍ୱ ହୋଇଥାଏ | ଏ ବର୍ଷ ଉଦୟା ତିଥିର ଆଧାର ଉପରେ ଚୈତ୍ର ଅମାବାସ୍ୟା 1 ଅପ୍ରେଲରେ ପଡୁଛି |ଆସନ୍ତୁ ଆମେ ଜାଣିବା ଚୈତ୍ର ଅମାବାସ୍ୟାର ତିଥି ,ଶୁଭ ମୁହୂର୍ତ ଏବଂ ମହତ୍ୱ ବିଷୟରେ |

ଚୈତ୍ର ଅମାବାସ୍ୟାର ତିଥି – ପଞ୍ଚାଙ୍ଗ ଅନୁସାରେ ,ଏହି ବର୍ଷ ଚୈତ୍ର ଅମାବାସ୍ୟା 31 ମାର୍ଚ୍ଚ 2022,ଗୁରୁବାରରୁ ଆରମ୍ଭ ହେବାକୁ ଯାଉଛି | ଯାହା 01  ଅପ୍ରେଲ ଶୁକ୍ରବାର ଦିନ ସମାପ୍ତ ହେବ | ଉଦୟା ତିଥି ଅନୁସାରେ 1 ଏପ୍ରିଲକୁ ଅମାବାସ୍ୟା ପାଳନ କରାଯିବ |

ଚୈତ୍ର ଅମାବାସ୍ୟାର ଶୁଭ ମୁହୂର୍ତ – ଅମାବାସ୍ୟା ତିଥି ପ୍ରାରମ୍ଭ -31 ମାର୍ଚ୍ଚ ଦ୍ୱିପ୍ରହର 12ଟା 22 ମିନିଟରେ ଆରମ୍ଭ ହେବ |

ଅମାବାସ୍ୟା ତିଥି ସମାପନ – 01 ଅପ୍ରେଲ ସକାଳ 11ଟା 53 ମିନିଟ୍ ରେ ସମାପ୍ତ ହେବ | ଉଦୟା ତିଥି ର ଆଧାର ଉପରେ ଚୈତ୍ର ଅମାବାସ୍ୟା 01 ଅପ୍ରେଲରେ ପାଳନ କରାଯିବ |

ଚୈତ୍ର ଅମାବାସ୍ୟାର ମହତ୍ୱ – ଏହି ଦିନ ପୂର୍ବ ପୁରୁଷଙ୍କ ମୋକ୍ଷ ପ୍ରାପ୍ତି ପାଇଁ ପୂଜା ,ପବିତ୍ର ନଦୀରେ ସ୍ନାନ କରିବାକୁ ଶୁଭ ମାନାଯାଇଥାଏ | ପିତୃ ତର୍ପଣ ଦ୍ୱାରା ସେମାନଙ୍କୁ ଶାନ୍ତି ମିଳିଥାଏ ଏବଂ ବ୍ୟକ୍ତିଙ୍କୁ ପୂର୍ବଜଙ୍କ ଆଶୀର୍ବାଦ ମିଳିଥାଏ |

ସ୍ନାନ -ଦାନ ର ପରମ୍ପରା – ଅମାବାସ୍ୟା ଦିନ ସ୍ନାନ ପରେ କ୍ଲୀଷ୍ଟ ବ୍ୟକ୍ତିଙ୍କୁ ଶସ୍ୟ ,କପଡା ,ଫଳ ,ଖାଇବା ପାଇଁ ଧଳା ଜିନିଷ ,ପାଣି ପାଇଁ ମାଟିର ବାସନ ଏବଂ ଜୋତା ବା ଚପ୍ପଲ ଦାନ କରିଲେ ପିତୃ ପୁରୁଷ ପ୍ରସନ୍ନ ହୋଇଥାନ୍ତି |

Leave A Reply

Your email address will not be published.