Below header

ଫିଲ୍ମ କାଶ୍ମୀର ଫାଇଲ୍‌ସର ପ୍ରଭାବ: ଦିଲ୍ଲୀ ହୋଟେଲରେ ଜଣେ କାଶ୍ମୀରବାସୀଙ୍କୁ ମିଳିଲାନି ଜାଗା

କେନ୍ୟୁଜ୍(ବ୍ୟୁରୋ): ଫିଲ୍ମ କାଶ୍ମୀର ଫାଇଲ୍‌ସର ପ୍ରଭାବ । ଜଣେ କାଶ୍ମୀରବାସୀଙ୍କୁ ଦିଲ୍ଲୀ ହୋଟେଲରେ ମିଳିଲାନି ଜାଗା । ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଘୂରି ବୁଲୁଛି । ହୋଟେଲର ଜଣେ ମହିଳା କର୍ମଚାରୀ ସଂପୃକ୍ତ ବ୍ୟକ୍ତିଙ୍କୁ ହୋଟେଲରେ ରହିବାକୁ ଅନୁମତି ଦେଉ ନାହାନ୍ତି । ଏପରିକି ଆଧାର କାର୍ଡ ଓ ଅନ୍ୟ ପରିଚୟ ପତ୍ର ଦେଖାଇବା ପରେ ବି ତାଙ୍କୁ ହୋଟେଲରେ ରହିବାକୁ ସୁଯୋଗ ମିଳୁନି ।

ଏହି ବ୍ୟକ୍ତି ଜଣଙ୍କ ଓୟୋ ୱେବସାଇଟ୍‌ରେ ହୋଟେଲ ରୁମ୍‌ ବୁକ୍‌ କରିଥିଲେ । ହୋଟେଲରେ ପହଞ୍ଚିବା ବେଳେକୁ ତାଙ୍କୁ ରୁମ୍‌ ମିଳିନଥିଲା । କୌଣସି କାଶ୍ମୀରବାସୀଙ୍କୁ ରୁମ୍‌ ନଦେବାକୁ ଦିଲ୍ଲୀ ପୋଲିସ ନିର୍ଦ୍ଦେଶ ଦେଇଥିବା ସଂପୃକ୍ତ ବ୍ୟକ୍ତିଙ୍କୁ କହିଥିଲେ ହୋଟେଲର ମହିଳା କର୍ମଚାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.