Below header

ଗୋମାତାଙ୍କ ସେବା ମାତ୍ରେ ଦୂର ହୋଇଯାଏ ସମସ୍ତ କଷ୍ଟ,ଏହି ଉପାୟ କରିଲେ ଦୂର ହୋଇବ ସବୁ ଅସୁବିଧା

ହିନ୍ଦୁ ଧର୍ମାନୁସାରେ ଗାଈକୁ ପୂଜନୀୟ ସ୍ଥାନ ଦିଆଯାଇଛି | ଏମିତି ବି ମାନ୍ୟତା ଅଛି ଯେ ବଡରୁ ବଡ଼ କଷ୍ଟ ବି କେବଳ ଗୋମାତା ସେବା ଦ୍ୱାରା ଦୂର ହୋଇଥାଏ | ଗାଈଠାରେ 33 କୋଟି ଦେବୀ -ଦେବତାଙ୍କର ବାସ ହୋଇଥାଏ | ତେବେ ଗୋମାତା ସେବାଦ୍ୱାରା ସମସ୍ତ ଦେବୀ-ଦେବତା ପ୍ରସନ୍ନ ହୋଇଥାନ୍ତି ଏବଂ ସେ ଘରକୁ ସୁଖ -ସମୃଦ୍ଧି ଓ ଭଲ ସ୍ୱାସ୍ଥ୍ୟର ବରଦାନ ମିଳିଥାଏ |

ସୁଖ -ସମୃଦ୍ଧି ପାଇଁ – ଧର୍ମ ଅନୁସାରେ ଗାଈକୁ ଖୁଆଉଥିବା କୌଣସି ଜିନିଷ ସିଧା ଦେବୀ-ଦେବତାଙ୍କ ପାଖରେ ପହଂଚି ଥାଏ | ଏଥିପାଇଁ
ପ୍ରଥମ ରୁଟି ଗାଈକୁ ଦିଆଯାଇଥାଏ | ଏହାଦ୍ୱାରା ଜୀବନରୁ ସମସ୍ତ ସମସ୍ୟା ଦୂର ହେବା ସହିତ ପରିବାରରେ ସୁଖ -ସମୃଦ୍ଧି ଆସିଥାଏ |

ବୁଧ ଗ୍ରହର ଖରାପ ପ୍ରଭାବର ବିନାଶ ପାଇଁ – ଜାତକରେ ବୁଧ ଗ୍ରହ କମଜୋର ହୋଇଥିଲେ ବୁଧବାର ଦିନ ଗାଈକୁ ସବୁଜ ଚାରା ଖୁଆଇବାପାଇଁ ଉପଦେଶ ଦିଆଯାଇଥାଏ | ଏହା ବହୁତ ଶୁଭ ହେବ ସହ ସମସ୍ତ ସମସ୍ୟାରୁ ଦୂର କରିଥାଏ |

ଶନି ସମ୍ବନ୍ଧୀୟ ସମସ୍ୟା ପାଇଁ – ଶନି ସହିତ ଜଡିତ କିଛି ବି ସମସ୍ୟାରୁ ମୁକ୍ତି ପାଇଁ କଳା ରଙ୍ଗର ଗାଈ ସେବା କରିବାକୁ କୁହାଯାଇଥାଏ | ଆହୁରି ଯଦି କୌଣସି ବ୍ରାହ୍ମଣଙ୍କୁ କଳା ରଙ୍ଗର ଗାଈ ଦାନ କରାଯାଏ ତେବେ ତାଦ୍ୱାରା ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ |

ମଙ୍ଗଳ ସହିତ ଜଡିତ ସମସ୍ୟା ପାଇଁ – ଜାତକରେ ମଙ୍ଗଳ ଦୋଷ ଥିଲେ ବ୍ୟକ୍ତି କୁ କେତେ ପ୍ରକାର ଅସୁବିଧାର ସାମ୍ନା କରିବାକୁ ପଡିଥାଏ |ଏଥିପାଇଁ ଲାଲ ରଙ୍ଗର ଗାଈର ସେବା କରିବା ଉଚିତ | ମଙ୍ଗଳ ବାର ଦିନ ଗାଈ ପୂଜା କରନ୍ତୁ ଏବଂ ଗାଈକୁ ଗୁଡ ଚଣା ଖୁଆନ୍ତୁ |

ଗୁରୁ ସହିତ ଜଡିତ ସମସ୍ୟା ପାଇଁ – ବୃହସ୍ପତି ଗ୍ରହ ଆପଣଙ୍କ ପକ୍ଷରେ ନ ଥିଲେ ବିବାହରେ ଡେରି ହୋଇଥାଏ |ଶିକ୍ଷାରେ ବ୍ୟବଧାନ ଆସିବା ସହ ଅନେକ ଅସୁବିଧା ମଧ୍ୟ ଘେରି ରହିଥାଏ | ଏଥିପାଇଁ ଗୁରୁବାର ଦିନ ଗାଈକୁ ହଳଦୀରେ ତିଳକ କରନ୍ତୁ ଏବଂ ଅଟା ସାଙ୍ଗରେ ଗୁଡ ,ଚଣା ଡାଲି ଓ ଚିମୁଟାଏ ହଳଦୀ ପକେଇ ଖାଇବାକୁ ଦିଅନ୍ତୁ |

ପିତୃ ଦୋଷରୁ ମୁକ୍ତି ପାଇଁ – ଯଦି କୌଣସି ଜାତକରେ ପିତୃ ଦୋଷ ଥାଏ ତେବେ ଅମାବାସ୍ୟା ଦିନ ଗାଈକୁ ରୁଟି ,ଗୁଡ଼ ,ସବୁଜ ଚାରା ଖୁଆନ୍ତୁ |ସବୁଦିନ ଯଦି ଗାଈ ସେବା କରି ପାରିଲେ ତେବେ ପିତୃ ଦୋଷ ଶାନ୍ତ ହେବା ସହିତ ଅନ୍ୟ ଗ୍ରହ ମଧ୍ୟ ଶାନ୍ତ ହୋଇଥାନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.