Below header

ଆଗ୍ରା ଜଗନ୍ନାଥ ମନ୍ଦିରରେ କର୍ଣ୍ଣାଟକର ପୂର୍ବତନ ଡିଜିପି ସ୍ବର୍ଗତ ସୁଶାନ୍ତ ମହାପାତ୍ରଙ୍କର ଶ୍ରାଦ୍ଧବାର୍ଷିକ ଅନୁଷ୍ଠିତ

ବେଙ୍ଗାଲୁର (କେନ୍ୟୁଜ): ବେଙ୍ଗାଲୁର ଆଗ୍ରା ଜଗନ୍ନାଥ ମନ୍ଦିର ପରସରରେ କର୍ଣ୍ଣାଟକର ପୂର୍ବତନ ଡିଜିପି ସ୍ବର୍ଗତ ସୁଶାନ୍ତ ମହାପାତ୍ରଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକ ଅନୁଷ୍ଠିତ ହୋଇଯାଇଛି । ତାଙ୍କ ପରିବାର ଓ ବେଙ୍ଗାଲୁରର ସର୍ବପ୍ରଥମ ସଂଘଠନ ଓଡିଶା କଲଚୁରାଲ ଆସୋସିଏସନ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ସ୍ତ୍ରୀ ସାଧନ ମହାପାତ୍ର ଓ ପୁତ୍ର ସତ୍ୟ ଦୀପ ମହାପତ୍ର ସମେତ ଦୁଇ ଝିଅ ଓ ଓସିଏ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପ୍ରଥମେ ତାଙ୍କ ଫୋଟୋ ରେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ । ପରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ଏବଂ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ବରିଷ୍ଠ ବ୍ୟକ୍ତି ବିଶେଷ ମାନେ ସୁଶାନ୍ତ ମହାପତ୍ରଙ୍କ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ୧୦ ଜଣ ବ୍ରାହ୍ମଣଙ୍କୁ ଖାଇବାକୁ ଦେଇଥିଲେ ।

ସୁଶାନ୍ତ ମହାପାତ୍ର ୧୯୯୭ ମସିହା ବ୍ୟାଚରେ ଆଇପିଏସ ଥିଲେ । ସେ ପାସ ପରେ କର୍ଣ୍ଣାଟକରେ ବେଲଗାଓଁ ରେ ଏସ୍ପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ପରେ ସେ ଓଡ଼ିଶାର ମୟୂରଭଞ୍ଜ ରେ ଏସ୍ପି ଓ ସମ୍ବଲପୁର ରେ ଭିଜିଲାନ୍ସ ଏସ୍ପି ଭାବେ ଦାୟିତ୍ୱ ନେଇଥିଲେ । ୨୦୧୪ ରୁ ୨୦୧୭ ମସିହା ପର୍ଯ୍ୟନ୍ତ ସେ କର୍ଣ୍ଣାଟକରେ ଡିଜିପି ଭାବେ କାର୍ଯ୍ୟ ସମ୍ଭାଳି ଥିଲେ । ୨୦୧୭ ରେ ସେ ଚାକିରିରୁ ଅବସର ଗ୍ରହଣ କରିଥିଲେ । ବେଙ୍ଗାଲୁରରେ ପରିବାର ସହ ରହୁଥିବା ବେଳେ ୨୦୨୦ ମସିହା ଅଗଷ୍ଟ ମାସ ରେ ବେଙ୍ଗାଲୁରର ସକ୍ରା ହସ୍ପିଟାଲରେ ଦେହାନ୍ତ ହୋଇଥିଲା । ବେଙ୍ଗାଲୁରର ପ୍ରଭାସି ଓଡ଼ିଆଙ୍କ ମଧ୍ୟରେ ତାଙ୍କର ଭୂମିକା ଅତୁଳନୀୟ ।

ବେଙ୍ଗାଲୁରର ଆଗ୍ରା ଜଗନ୍ନାଥ ମନ୍ଦିର ନିର୍ମାଣ କ୍ଷେତ୍ରରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଏଥି ସହିତ ତାଙ୍କ ଜୀବନ କାଳରେ ବେଙ୍ଗାଲୁର ଓଡ଼ିଆଙ୍କ ପାଖରେ ସବୁବେଳେ ସୁଖ ଦୁଃଖର ସାଥି ଥିଲେ । ସେ ଜଣେ ଆଧ୍ୟାତ୍ମିକ ଚିନ୍ତା ଧାରାର ବ୍ୟକ୍ତି ଥିଲେ । ସେ ବେଙ୍ଗାଲୁରର ପ୍ରଥମ ଓଡ଼ିଆ ସଂଘଠନ ଓଡ଼ିଶା କଲଚୁରାଲ ଆସୋସିଏସନ ର ସଭାପତି ଭାବେ କାର୍ଯ୍ୟ କରିଥିଲେ । ସେ ଜଣେ ଭଲ ସଂଘଠକ ଥିଲେ ତାଙ୍କର ସ୍ଥାନ ଅପୂରଣୀୟ ବୋଲି ଓସିଏ କର୍ମକର୍ତ୍ତା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.